ମଣିପୁରରେ ତିନି ଉଗ୍ରବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ଚୋରି ଗାଡି ଜବତ
ଇମ୍ଫାଲ, 02 ମାର୍ଚ୍ଚ (ହି.ସ.)- ସୁରକ୍ଷା ବଳ ଏବଂ ରାଜ୍ୟ ପୁଲିସ୍ ଗତ 24 ଘଣ୍ଟା ମଧ୍ୟରେ ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ ଏବଂ ଥୌବାଲ ଜିଲ୍ଲାରେ ଭିନ୍ନ ଭିନ୍ନ ଅଭିଯାନରେ ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନମାନଙ୍କର ତିନିଜଣ ସକ୍ରିୟ କ୍ୟାଡରଙ୍କୁ ଗିରଫ କରିଛନ୍ତି। ମଣି
ମଣିପୁରରେ ତିନି ଉଗ୍ରବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ଚୋରି ଗାଡି     ଜବତ


ଇମ୍ଫାଲ, 02 ମାର୍ଚ୍ଚ (ହି.ସ.)- ସୁରକ୍ଷା ବଳ ଏବଂ ରାଜ୍ୟ ପୁଲିସ୍ ଗତ 24 ଘଣ୍ଟା ମଧ୍ୟରେ

ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ

ଏବଂ ଥୌବାଲ ଜିଲ୍ଲାରେ ଭିନ୍ନ ଭିନ୍ନ ଅଭିଯାନରେ ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନମାନଙ୍କର

ତିନିଜଣ ସକ୍ରିୟ କ୍ୟାଡରଙ୍କୁ ଗିରଫ କରିଛନ୍ତି।

ମଣିପୁର ପୁଲିସ୍ ମୁଖ୍ୟାଳୟ ଅନୁସାରେ, ସୁରକ୍ଷା ବଳ

ପ୍ରତିବନ୍ଧିତ ସଂଗଠନ ପିପଲ୍ସ ରିଭଲ୍ୟୁସନାରୀ ପାର୍ଟି କାଙ୍ଗଲେଇପାକ (ପ୍ରେପାକ)ର ଏକ ସକ୍ରିୟ

କ୍ୟାଡର ଖୁନ୍ଦ୍ରକପାମ ଅନିଲକୁମାର ସିଂହ ଓରଫ ମଙ୍ଗଙ୍ଗଲକପା (21)ଙ୍କୁ ଗିରଫ କରିଛନ୍ତି। ସେ

ସାଓମ୍ବୁଙ୍ଗ ଥୋଙ୍ଗଖୋଙ୍ଗର ବାସିନ୍ଦା। ତାଙ୍କୁ ଇମ୍ଫାଲ ପୂର୍ବ ଜିଲ୍ଲାର ଲାମଲାଇ ଥାନା ଅଞ୍ଚଳର

ଫାକନୁଙ୍ଗ ଆୱାଙ୍ଗ ଲେକାଇରୁ ଧରାଯାଇଛି। ତାଙ୍କ ପାଖରୁ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଅନ୍ୟ ଏକ ଅଭିଯାନରେ ସୁରକ୍ଷା ବଳ ପ୍ରେପାକ (ପ୍ରୋ)ର ସକ୍ରିୟ କ୍ୟାଡର

ଖୈଦେମ ନରେନ୍ଦ୍ର ସିଂହ ଓରଫ ଅଙ୍ଗୌ ଓରଫ ମୈକେଇଙ୍ଗକପା (29)ଙ୍କୁ ଇମ୍ଫାଲ ପଶ୍ଚିମ ଜିଲ୍ଲାର

ୱାଙ୍ଗୋଇ ଖୈଦେମ ଲେକାଇସ୍ଥିତ ତାଙ୍କ ଆବାସରୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ଏକ 9 ଏମଏମ

ପିସ୍ତଲ, ଏକ ମ୍ୟାଗାଜିନ୍, 9 ଏମଏମର ଚାରିଟି

ଗୁଳି ଏବଂ ଏକ ସିମ୍ କାର୍ଡ ସହିତ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande