ଚାଉଳର ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୨ ମାର୍ଚ୍ଚ (ହି.ସ.)- ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଭାତ ବା ଚାଉଳର ଗୁଣ ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ, ତଣ୍ଡୁଳ ବତୁରା ପାଣି ରକ୍ତପ୍ରଦର, ରକ୍ତାତିସାର, ମିଶ୍ରି ମିଶାଇ
ଚାଉଳର ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର


ଗଞ୍ଜାମ, ୨ ମାର୍ଚ୍ଚ (ହି.ସ.)- ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଭାତ ବା ଚାଉଳର ଗୁଣ ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ, ତଣ୍ଡୁଳ ବତୁରା ପାଣି ରକ୍ତପ୍ରଦର, ରକ୍ତାତିସାର, ମିଶ୍ରି ମିଶାଇ ପିଇଲେ ଦାହ, ଜ୍ୱର ଓ ମୂତ୍ରଦାହ, ଅଗ୍ନିମାନ୍ଦ୍ୟ, ପେଜ ଏନିମା ଦେଲେ ପେଟବ୍ୟଥା, କୋଷ୍ଠକାଠିନ୍ୟ, ଜଳୋଦରୀ, ବ୍ରଣଶୋଥ, ମୁହଁର କଳାଦାଗ ଭଲ ହୁଏ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ କେ. ବାଳକୃଷ୍ଣ ପାତ୍ର ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande