ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ଜାତୀୟ ସମ୍ପାନ ଉଦଯାପିତ
ଜୟପୁର, ୦୨ ମାର୍ଚ୍ଚ (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଶିକ୍ଷା ଓ ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିବସୀୟ ଜାତୀୟ ସମ୍ପାନ ଉଦଯାପିତ ହୋଇଯାଇଛି। ମାର୍ଚ୍ଚ ୧ ଓ ୨ ତାରିଖରେ ଆୟୋଜିତ ଏହି ସମ୍ପାନର ଉଦଘାଟନୀ ସତ୍ରକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବୀ ପ୍ରସାଦ
ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ଜାତୀୟ ସମ୍ପାନ ଉଦଯାପିତ


ଜୟପୁର, ୦୨ ମାର୍ଚ୍ଚ (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଶିକ୍ଷା ଓ ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିବସୀୟ ଜାତୀୟ ସମ୍ପାନ ଉଦଯାପିତ ହୋଇଯାଇଛି। ମାର୍ଚ୍ଚ ୧ ଓ ୨ ତାରିଖରେ ଆୟୋଜିତ ଏହି ସମ୍ପାନର ଉଦଘାଟନୀ ସତ୍ରକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ଉଦ୍ଘାଟନ କରିଥିବାବେଳେ ଓଡ଼ିଶା ବିଦ୍ୟାଳୟ ପାଠ୍ୟକ୍ରମ ଆଧାର ୨୦୨୬ର ଅଧ୍ୟକ୍ଷ ତଥା ଘଉଋଜଞର ପ୍ରାକ୍ତନ ପ୍ରଫେସର ଡଃ ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟ ଅତିଥି, ଓଡ଼ିଶା କୈନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଭରତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସେମିନାରର ଆବାହାକ ତଥା ବିଶ୍ୱବିଦ୍ୟାଳୟର ସ୍ନାତକୋତର ପରିଷଦର ଅଧ୍ୟକ୍ଷ ଡ ପ୍ରଶାନ୍ତ କୁମାର ପାତ୍ର ଓ ସେମିନାରର ସମ୍ପାଦକ ତଥା ଶିକ୍ଷା ବିଭାଗର ମୁଖ୍ୟ ଡଃ ମନୋରଞ୍ଜନ ପ୍ରଧାନ ମଂଚାସୀନ ଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ, ସ୍ୱାଗତ ସଙ୍ଗୀତ ଓ ଅତିଥି ପରିଚୟ ପରେ ମଂଚାସୀନ ଅତିଥିମାନେ ଭାରତୀୟ ଜ୍ଞାନ ପରମ୍ପରା ଉପରେ ବ୍ୟାପକ ଆଲୋଚନା କରିଥିଲେ। ପ୍ରଫେସର ପଣ୍ଡା ଭାରତୀୟ ଜ୍ଞାନ ପରମ୍ପରାର ବିଭିନ୍ନ ଦିଗ ପ୍ରତି ବିଶେଷ ଆଲୋକପାତ କରିବା ସହ ଆମ ଜ୍ଞାନ ପରମ୍ପରାକୁ ଜାଣି, ବୁଝି ସଗର୍ବେ ପ୍ରୟୋଗ, ପ୍ରଚାର ଓ ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ। ପ୍ରଥମ ଦିନ ତିନୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ସନ୍ଧ୍ୟା ବେଳେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଏକ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷକରି ବିଭାଗୀୟ ଗୁରୁ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାଚୀର ପତ୍ର କୁନ୍ଦକଳିକା, ଚିତ୍ରଫର୍ଦ୍ଦ କଳା ମଞ୍ଜରୀ,ସୃଜନୀକା ଓ ପାଠ୍ୟ ସାମଗ୍ରୀ ପ୍ରଦର୍ଶନୀ ମନୋରମ ଓ ଶିକ୍ଷଣୀୟ ଥିଲା।

ସମ୍ପାନର ଦ୍ୱିତୀୟ ଦିବସରେ ଦୁଇଟି ବୈଷୟିକ ଅଧିବେଶନ ସହ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ସମାରୋହରେ ମୁଖ୍ୟ ଅତିଥି ଭାବରେ କୁଳପତି, ସ୍ନାତକୋତର ପରିଷଦର ଅଧ୍ୟକ୍ଷ, ଶିକ୍ଷା ବିଭାଗର ମୁଖ୍ୟ ସହ କୁଳସଚିବ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ସ୍ୱତନ୍ତ୍ର ଅତିଥି ଓ ସମ୍ବଲପୁରସ୍ଥିତ ପର୍ଶୁରାମ ମିଶ୍ର ଉଚ୍ଚତର ଅଧ୍ୟୟନ ପ୍ରତିଷ୍ଠାନ ପ୍ରାକ୍ତନ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଫେସର ଡଃ ଦିବାକର ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଭାରତୀୟ ଜ୍ଞାନ ପରମ୍ପରାକୁ ଯୁବପିଢି କିଭଳି ଜାଣିପାରି ନିଜ ବ୍ୟକ୍ତିଗତ ଜୀବନ ଓ ରାଷ୍ଟ୍ରୀୟ ଉନ୍ନତରେ ଉପଯୋଗ କରିପାରିବେ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ କି ଜାତୀୟ ସମ୍ପାନରେ ଦେଶର ୧୦ ରାଜ୍ୟ (ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତର ପ୍ରଦେଶ, ପଞ୍ଜାବ, ହିମାଚଳପ୍ରଦେଶ, ହରିଆନା, ରାଜସ୍ଥାନ, ତ୍ରିପୁରା, ଗୁଜୁରାଟ,ଆଦି )ରୁ ୫୨ଟି ଗବେଷଣାଧର୍ମୀ ସନ୍ଦର୍ଭ ଉଭୟ ପ୍ରତ୍ୟକ୍ଷ ଓ ଆଭାସି ଭାବରେ ଉପସ୍ଥାପନ ହୋଇଥିଲା। ଅଧିବେଶନ ଗୁଡିକରେ ଅଧ୍ୟକ୍ଷ ଓ ବକ୍ତା ଭାବରେ କୋରାପୁଟ ଇଗ୍ନୁର ଆଂଚଳିକ ନିର୍ଦ୍ଦେଶିକ ଡ଼ ଲତିକା ମିଶ୍ର, ରମାଦେବୀ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ସସ୍ମିତା କର, ବିହାରସ୍ଥିତ ମୈଲାନା ଆଜାଦ୍ ଜାତୀୟ ଉର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ଆଦାମ ପାଉଲ୍ ପଟେଟି, ଭଞ୍ଜନଗର ବିଏଡ କଲେଜର ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ଖୁଂଟିଆ, ବିଳାସପୁର ଗୁରୁ ଘାସିଦାସ କୈନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ସମ୍ବିତ୍ ପାଢ଼ୀ, ବ୍ରହ୍ମପୁର ଶଶିଭୂଷଣ ରଥ ମହାବିଦ୍ୟାଳୟର ପ୍ରଫେସର ଡଃ ଡକ୍ଟର ପ୍ରଦୀପ କୁମାର ମିଶ୍ର, ସମ୍ବଲପୁରର ପର୍ଶୁରାମ ମିଶ୍ର ଉଚ୍ଚତର ଅଧ୍ୟୟନ ପ୍ରତିଷ୍ଠାନ ଡ଼ ବିଶ୍ୱେଶ୍ୱରୀ ସାହୁ, ହିମାଚଳ ପ୍ରଦେଶ କୈନ୍ଦ୍ରିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ଲଳିତ ମୋହନ ଶର୍ମା, ଭୁବନେଶ୍ୱର ବିଜେବି କଲେଜର ଡ଼ ଆଶୁତୋଷ ମଲ୍ଲିକ, କୋରାପୁଟ ସରକାରୀ ଡିଏଭି କଲେଜର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ କୋବିଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାନକୁ ସଫଳ କରିବା ଦିଗରେ ଶିକ୍ଷା ଓ ଶିକ୍ଷକ ଶିକ୍ଷା ବିଭାଗର ସମସ୍ତ ସହକାରୀ ପ୍ରଫେସର, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଗୁରୁ ଛାତ୍ର ଛାତ୍ରୀମାନଙ୍କ ପ୍ରବଳ ପରିଶ୍ରମ, ପ୍ରଚେଷ୍ଟା ଓ ପ୍ରଶଂସନୀୟ ନିଷ୍ଠାକୁ ଶିକ୍ଷାବିତ୍ ମାନେ ପ୍ରଶଂସା କରିବା ସହ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଶିକ୍ଷକ ଶିକ୍ଷା ବିଭାଗ ରାଜ୍ୟ ପାଇଁ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ। ସମସ୍ତ ଅତିଥି ଓ ବକ୍ତାମାନଙ୍କୁ ପୁଷ୍ପ ଗଛ, ଉପଢୌକନ, ସ୍ମୃତି ଫଳକ ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande