
କେନ୍ଦ୍ରାପଡା, ୨ ମାର୍ଚ୍ଚ (ହି.ସ.)- ସ୍ବେଚ୍ଛାସେବୀ ନେହେରୁ ବଙ୍ଗଳା ପଥରବନ୍ଧ ଓ ପାରାଦୀପ ସମୁଦ୍ର କୂଳ ପ୍ଲାଷ୍ଟିକ ଅଳିଆ ଆବର୍ଜନା ଏଣେତେଣେ ବିଞ୍ଚିହୋଇ ପଡିଥିବାର ଦେଖିବାକୁ ପାଇଥିଲେ। ଏହାପରେ ସ୍ବେଛାସେବୀ ବାପି ଗୋଚ୍ଛାୟତ, ରକ୍ତ ଦାନ ସଂଗଠନର ପଦ୍ମଲୋଚନ ସାହୁ, ଚନ୍ଦ୍ରମଣି ସାହୁଙ୍କ ସମେତ ପୁରୀ ରୁ ଆସିଥିବା ଅନେକ ଯୁବକଙ୍କୁ ଏକାଠି କରି ଉକ୍ତ ପରିବେଶକୁ ସଫେଇ କରି ଲୋକମାନଙ୍କୁ ଅଳିଆ କୁଣ୍ଡରେ ଅଳିଆ ପକେଇ ପରିବେଶକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ କହିଥିଲେ ।
ମଣିଷର ଦୈନଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ଏତେ ମାତ୍ରାରେ ଜଡ଼ିତ ହୋଇଯାଇଛି ଯେମିତି ପ୍ଲାଷ୍ଟିକକୁ ଛାଡ଼ି ମଣିଷ ବଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ିଛି । କିନ୍ତୁ ପ୍ଲାଷ୍ଟିକର ବହୁଳ ବ୍ୟବହାର ଆମ ପରିବେଶ ପାଇଁ ଏକ କାଳ ସାଜିଛି ଏଥିରେ ଗୃହପାଳିତ ପଶୁ ଓ ଜଳଚର ଜୀବ ମଧ୍ୟ ପ୍ରଭାବିତ ହୋଇ ମୃତ୍ୟବରଣ କରୁଛନ୍ତି । ପ୍ଲାଷ୍ଟିକର ଅବକ୍ଷୟ କ୍ଷମତା ନଥିବାରୁ ଏହା ବର୍ଷ ବର୍ଷ ଧରି ପରିବେଶରେ ବିଞ୍ଚିହୋଇ ପଡ଼ିରହେ ମାଟିରେ ଥିବା ଅଣୁଜୀବମାନେ ମଧ୍ୟ ଏହାକୁ ନଷ୍ଟ କରିପାରନ୍ତି ନାହିଁ । ପରିବେଶକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ରୋକିବାକୁ ହେଲେ ବ୍ୟବହାରରେ ହ୍ରାସ, ଅଧିକରୁ ଅଧିକ ପୁନଃବ୍ୟବହାର ଓ ପୁନଃଚକ୍ରଣ କରିବା ଦରକାର ଏବଂ ସର୍ବଦା ଅଳିଆ କୁଣ୍ଡର ବ୍ୟବହାର କରିବା ଦରକାର ।
ହିନ୍ଦୁସ୍ଥାନ ସମାଚାର / ରବି