ରାଜ୍ୟ ମହିଳା ଆୟୋଗଙ୍କ ଜନଶୁଣାଣି ୬ରେ
ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ମହିଳାଙ୍କ ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଶୁଣାଣି ପାଇଁ ବିଭିନ
ରାଜ୍ୟ ମହିଳା ଆୟୋଗଙ୍କ ଜନଶୁଣାଣି ୬ରେ


ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ମହିଳାଙ୍କ ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଶୁଣାଣି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିକ୍ରମରେ ଉକ୍ତ ମାମଲା ଗୁଡିକର ଉପସ୍ଥାପନା ଓ ଶୁଣାଣି ପାଇଁ ମହିଳାମାନଙ୍କୁ ଏକ ନିଶୁକ୍ଳ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଜାତୀୟ ମହିଳା ଆୟୋଗ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ସହଯୋଗରେ ଏକ ଜନ ସୁନୱାଇ (ଜନଶୁଣାଣି) କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଜଣାଶୁଣାଣି ଆସନ୍ତା ମାର୍ଚ୍ଚ ୬, ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ଭୁବନେଶ୍ୱର ଲକ୍ଷ୍ମୀ ସାଗର ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଭା ଗୃହରେ ଅନୁଷ୍ଠିତ ହେବ ।

ଅଭିଯୋଗଗୁଡିକର ସମାଧାନ ଚାହୁଁଥିବା ସମସ୍ତ ଅଭିଯୋଗକାରିଣୀ ମହିଳାମାନଙ୍କୁ/ପକ୍ଷମାନଙ୍କୁ ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ମାମଲା ଉପସ୍ଥାପନ ସହ ଆୟୋଗ ତରଫରୁ ନ୍ୟାୟ ପ୍ରଦାନ କାର୍ଯ୍ୟକ୍ରମର ସୁଯୋଗ ନେବାକୁ ଜନସାଧାରଣଙ୍କୁ ଆୟୋଗଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଯଦି କୌଣସି ପୀଡିତା ନୂତନ ଅଭିଯୋଗ ପଞ୍ଜୀକରଣ କରିବାକୁ ଚାହାନ୍ତି, ତେବେ ସେ ଉକ୍ତ ଜନଶୁଣାଣି ରେ ଉପସ୍ଥିତ ରହି ଦରଖାସ୍ତ ପ୍ରଦାନ କରିପାରିବେ ନେଇ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande