ଜିଲ୍ଲା ଲୋକ ଅଭିଯୋଗ କୋଷରେ ୧୪୮ଟି ଅର୍ଜି ଗ୍ରହଣ
ଭଦ୍ରକ, ୨ ମାର୍ଚ୍ଚ (ହି.ସ.) - ଭଦ୍ରକ କଲେକ୍ଟରେଟ୍ ପ୍ରାଙ୍ଗଣରେ ଆଜି ଜିଲ୍ଲା ଲୋକ ଅଭିଯୋଗ କୋଷ (ଜୟଂଟ ଗ୍ରିଭାନ୍ସ ସେଲ୍) ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୁଣାଣିରେ ପୁଲିସ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲାପାଳ ସର
ZILLA LOKA ABHIJOG KOSA ARJI GRAHANA


ଭଦ୍ରକ, ୨ ମାର୍ଚ୍ଚ (ହି.ସ.) - ଭଦ୍ରକ କଲେକ୍ଟରେଟ୍ ପ୍ରାଙ୍ଗଣରେ ଆଜି ଜିଲ୍ଲା ଲୋକ ଅଭିଯୋଗ କୋଷ (ଜୟଂଟ ଗ୍ରିଭାନ୍ସ ସେଲ୍) ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୁଣାଣିରେ ପୁଲିସ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲାପାଳ ସରୋଜ ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣିରେ ମୋଟ ୧୪୮ଟି ଅର୍ଜି ଗ୍ରହଣ କରାଯାଇଥିଲା। ସେଥିରୁ ୧୦୮ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୨୨ଟି ଗ୍ରାମୀଣ ସମସ୍ୟା ସମ୍ପର୍କିତ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଅନ୍ତର୍ଗତ କୌଣସି ଅର୍ଜି ମିଳିନଥିଲା। ରେଡକ୍ରସ୍ ସହାୟତା ପାଇଁ ୧୮ଟି ଅର୍ଜି ଗ୍ରହଣ କରାଯାଇଥିଲା। ମୋଟ ଅର୍ଜିମଧ୍ୟରୁ ୪୨ଟି ଅର୍ଜିର ସ୍ଥଳରେ ତତ୍ଷଣାତ୍ ସମାଧାନ କରାଯାଇଥିଲା । ଜିଲ୍ଲା ରେଡ୍ କ୍ରସ୍ ଫଣ୍ଡ ମାଧ୍ୟମରେ ଆବଶ୍ୟକତାଭୋଗୀ ଲୋକମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ମୋଟ ୧୮ ଜଣ ଲାଭାନ୍ୱିତଙ୍କ ପାଇଁ ୮୦,୦୦୦/- ଟଙ୍କା ଅନୁମୋଦନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande