
ପୁରୀ, ୨ ମାର୍ଚ୍ଚ (ହି.ସ.)- ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ, ପୁରୀ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ବଡଦାଣ୍ଡ ଭକ୍ତ ସାଲବେଗ ପୀଠରେ ମହିଳା ମାନଙ୍କ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ସମାଜସେବୀ ଚକ୍ରଧର ମହାପାତ୍ର ଓ ସାମ୍ବାଦିକ ନାରାୟଣ ଦାଶ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲ | ହୁଳହୁଳି, ଝୋଟି, କବିତା ପାଠ, ମ୍ୟୁଜିକ୍ ଚେୟାର ଓ ଚିଟ୍ ଉଠାଣ ପ୍ରତିଯୋଗିତା ହେଇଥିଲା । ବିଜେତାମାନଙ୍କୁ ପୁରସ୍କାର ମାର୍ଚ୍ଚ ୮ ତାରିଖରେ ଅନ୍ନପୂର୍ଣ୍ଣ। ରଙ୍ଗମଞ୍ଚରେ ଦିଆଯିବ ।
ନିର୍ଦ୍ଦେଶିକା ଅରୁଣିମା ନନ୍ଦଙ୍କ ଅଧ୍ୟକ୍ଷତାରେ ସଭାନେତ୍ରୀ ରତ୍ନମଣି ନାୟକ, ସମ୍ପାଦିକା ପଦ୍ମିନୀ ବେହେରା, ସହ ସମ୍ପାଦିକା ମମତା ମିଶ୍ରଙ୍କ ସମେତ ସମସ୍ତ ସଭ୍ୟା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ