ଚାଷ ଓ ଚାଷୀର ସ୍ୱାର୍ଥ ସୁରକ୍ଷାରେ ସରକାର ସଂପୂର୍ଣ୍ଣ ବିଫଳ
ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ଚାଷୀର ଆୟ ଦିଗୁଣ କରିବା ଓ ଚାଷକୁ ଲାଭଜନକ ଚାଷରେ ପରିଣତ କରାଇବାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ସରକାରଙ୍କ ଗତ ୨୦ ମାସ ସମୟ ଭିତରେ ଚାଷୀର ଆୟ ନିମ୍ନଗାମୀ ହେଉଥିଲା ବେଳେ ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଓ ହୀନସ୍ଥା ହେଉଛି । ମଣ୍ଡିର ଅବ୍ୟବସ୍ଥା ଏ
gfdf


ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ଚାଷୀର ଆୟ ଦିଗୁଣ କରିବା ଓ ଚାଷକୁ ଲାଭଜନକ ଚାଷରେ ପରିଣତ କରାଇବାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ସରକାରଙ୍କ ଗତ ୨୦ ମାସ ସମୟ ଭିତରେ ଚାଷୀର ଆୟ ନିମ୍ନଗାମୀ ହେଉଥିଲା ବେଳେ ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଓ ହୀନସ୍ଥା ହେଉଛି । ମଣ୍ଡିର ଅବ୍ୟବସ୍ଥା ଏବଂ ଧାନ କିଣିବାରେ ସରକାର ଚାଷୀଙ୍କୁ ରାସ୍ତା ଉପରେ ବସାଇଚାଲିଛନ୍ତି । ଯାଜପୁର ଜିଲ୍ଲାର ବଡଚଣା ବ୍ଲକର ବରପଦା ପଂଚାୟତର ନିଆଳି ଗ୍ରାମରେ ଗତ ତା.୧୮.୨.୨୦୨୬ ରିଖରେ ଭାଗଚାଷୀ ବିଦ୍ୟାଧର ମଲ୍ଲିକ କ୍ଷେତରେ ମୃତ୍ୟୁବରଣ କରିଛି । ଚାଷ ଉଜୁଡ଼ିଯିବା ଚିନ୍ତାରେ ଓ ଋଣ ସୁଜିବା ଚିନ୍ତାରେ ଚାପଗ୍ରସ୍ତ ହୋଇ ବିଦ୍ୟାଧର ମଲ୍ଲିକ ହୃଦଘାତରେ ମୃତ୍ୟୁବରଣ କଲା । ବିଦ୍ୟାଧରର ପରିବାର ଅସହାୟ ଅବସ୍ଥାରେ ଅଛନ୍ତି । ସରକାର ଏବଂ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ତା ପରିବାର ପାଖରେ ପହଂଚି ନାହାନ୍ତି, ବୋଲି କଂଗ୍ରେସ ଅଭିଯୋଗ କରିଛି।

ଖବର ମିଳିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଘଟଣାର ଅନୁସନ୍ଧାନ କରି ରିପୋର୍ଟ କରିବାପାଇଁ ପଠାଇଥିଲେ । ଗତ ଫେବୃଆରୀ ୨୮ ତାରିଖ ଦିନ ଉକ୍ତ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ନିଆଳି ଗ୍ରାମରେ ଅସହାୟ ପରିବାର ଏବଂ ଗ୍ରାମବାସୀଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ବିବରଣୀ ସଂଗ୍ରହ କରିବା ସହିତ ଯୁଦ୍ଧାକାଳୀନ ଭିତ୍ତିରେ ସଂପୃକ୍ତ ଅଞ୍ଚଳର ବାଦାମ ଚାଷୀ ଓ ପୋଟଳ ଚାଷୀଙ୍କର ସୁରକ୍ଷା ନିମନ୍ତେ ପ୍ରତିଶେଦ ମୂଳକ ବ୍ୟବସ୍ଥା କରିବାପାଇଁ ଜିଲ୍ଳା ପ୍ରଶାସନ ନିକଟରେ ଦାବି କରିଥିଲେ । ସେହିଦିନ ଅପରାହ୍ନରେ ଜିଲ୍ଲା ପ୍ରଶାସନକୁ ଭେଟି ବିଦ୍ୟାଧରର ଅସହାୟ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ସହିତ ସେ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ଦାବି କରିଥିଲେ ଏବଂ ବାଦାମ ଏବଂ ପୋଟଳଚାଷୀଙ୍କୁ ଫସଲବୀମା ଅର୍ନ୍ତଭୁକ୍ତ କରିବାପାଇଁ ଦାବି କରିଥିଲେ । ଭବିଷ୍ୟତରେ ଫସଲହାନୀ ଓ ବିପର୍ଯୟ ପାଇଁ ଆଗୁଆ ପ୍ରତିଶେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବାପାଇଁ ଜିଲ୍ଳା ପ୍ରଶାସନ ନିକଟରେ ଦାବି କରିଥିଲେ ।

ଠିକ ଦୁଇମାସ ତଳେ ଜିଲ୍ଳା କଂଗ୍ରେସ କମଟି ଓ ଜିଲ୍ଲା କିଷାନ କଂଗ୍ରେସ ବାଦାମ ଏବଂ ପୋଟଳ ଚାଷକୁ ପୋକ ଦାଉରୁ ରକ୍ଷା କରିବାପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଦାବି ପ୍ରତି ଭୃକ୍ଷେପ କରିନଥିଲେ । ଯଦି ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଥିଲେ ଆଜି ବିଦ୍ୟାଧର ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିନଥାନ୍ତା । ଆସନ୍ତା ଦନରେ ବଡ଼ଚଣା ବ୍ଲକ ଘେରାଉ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande