ବଲାଙ୍ଗିର ସଦର ମହକୁମାସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି
ବଲାଙ୍ଗିର, ୨ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ସଦର ମହକୁମାସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଯୋଗଦାନ କରି, ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଆପ
ବଲାଙ୍ଗିର ସଦର ମହକୁମାସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି


ବଲାଙ୍ଗିର ସଦର ମହକୁମାସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି


ବଲାଙ୍ଗିର ସଦର ମହକୁମାସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି


ବଲାଙ୍ଗିର, ୨ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ସଦର ମହକୁମାସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଯୋଗଦାନ କରି, ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଆପତ୍ତି ସମ୍ପର୍କିତ ୫୬ଟି ପଞ୍ଜୀକୃତ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସେଥିରୁ ୬ଟି ସାମୁହିକ ଓ ୫୦ଟି ବ୍ୟକ୍ତିଗତ ଦରଖାସ୍ତ ଥିଲା । ତାହାରୁ ୬ଟି ଅଭିଯୋଗର ତତକ୍ଷଣାତ ସମାଧାନ କରାଯାଇଥିଲା । ଅନ୍ୟାନ୍ୟ ପତ୍ରଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାଖଲ କରାଯାଇ, ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ବଲାଙ୍ଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷୀକେଶ ଗଣ୍ଡ, ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ସହକାରୀ ଜିଲ୍ଲାପାଳ ରାମନାରାୟଣ ମିଶ୍ର ସହିତ ସମସ୍ତ ଜିଲ୍ଲାସ୍ତରୀୟ, ତହସିଲ ଓ ବ୍ଲକସ୍ତରୀୟ ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande