
ଭୁବନେଶ୍ୱର, 02 ମାର୍ଚ୍ଚ (ହି.ସ.)- ଗ୍ରୀଷ୍ମ ପ୍ରବାହକୁ
ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗର ଗାଇଡଲାଇନ ଜାରି । ସମସ୍ତ କଲେଜ ଓ ବିଶ୍ଵବିଦ୍ୟାଳୟ
ଗୁଡ଼ିକ ଚିଠି । ସମସ୍ତଙ୍କୁ ନିର୍ଦିଷ୍ଟ
ଗାଇଡଲାଇନ ପାଇଁ ନିର୍ଦ୍ଦେଶନାମା
ଦିଆଯାଇଛି । ଏକାଡେମିକ୍ ଅର୍ଥାତ୍ ଇଣ୍ଟରନାଲ ପରୀକ୍ଷା
ଏବଂ କ୍ଲାସ୍ ଗୁଡ଼ିକ ସକାଳୁ
କରାଯିବ । ଅପରାହ୍ଣ ସମୟରେ
କୌଣସି ଆଉଟଡୋର କାର୍ଯ୍ୟକ୍ରମ ନ ରଖିବାକୁ
ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନରେ ଆବଶ୍ୟକତା ଅନୁଯାୟୀ ଓଆରଏସ ଏବଂ ପାନୀୟ
ଜଳ ରଖାଯିବ । ଏହା ସହ
ଜରୁରୀକାଳୀନ ପରିସ୍ଥିତିକୁ ଗୁରୁତ୍ଵ ସହ ନିଆଯିବ ଏବଂ
ଆବଶ୍ୟକ ସ୍ଥଳୀରେ କୌଣସି ଛାତ୍ର
ଛାତ୍ରୀଙ୍କ ଅସୁବିଧା ହେଲେ ତୁରନ୍ତ ହସ୍ପିଟାଲକୁ ନିଆଯିବ । ଅଭିଭାବକ ମାନେ
ମଧ୍ୟ ପିଲାଙ୍କୁ ପାଣି ବୋତଲ
ସହ ଶିକ୍ଷା ଅନୁଷ୍ଠାନକୁ ପଠେଇବ ଏହା
ଧ୍ୟାନ ରଖିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା