
ଧର୍ମଶାଳା, ୨ ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାର୍ଷିକ କ୍ରୀଡ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରାଜ କୁମାର ବାରିକ୍ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରସୁଲପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଡ. ପ୍ରଭଞ୍ଜନ ପତି ଓ ସମ୍ମାନୀତ ଅତିଥିଭାବେ ବିଦ୍ୟା ମନ୍ଦିର ସଭାପତି ପଂଚାନନ ରାଉତ,ଉପସଭାପତି ମାଧବୀ ଲତା ରାଉତ,ସମ୍ପାଦକ ହେମନ୍ତ କୁମାର ସାହୁ ,ପୂର୍ବତନ ସଭାପତି ପ୍ରତାପ କେଶରୀ ଦେଓ ଓ କୋଷାଧ୍ୟକ୍ଷ ସନାତନ ମଣ୍ଡଳ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରମାନେ ଅଧିକରୁ ଅଧିକ ସଫଳତା ପାଇଁ ଗଳ୍ପ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଚଳିତ ବର୍ଷ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ସଫଳତା ପାଇଥିବା କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କ୍ରୀଡା ଶିକ୍ଷକ ଜ୍ଞାନ ରଂଜନ ପାଢୀ,ପ୍ରୀୟବ୍ରତ ପତି,ମନ୍ଦାକିନୀ ବେହେରା, ଲୋପାମୁଦ୍ରା ସାହୁ,ଚପଳା ସାହୁ,ସୁପ୍ରଭା ସାହୁ ଓ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ