ସରିଲା ଦକ୍ଷତା ମହାକୁମ୍ଭର ପ୍ରତିଯୋଗୀତା
ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ରାଜଧାନୀର ସ୍କିଲ ଡେଭେଲମେଂଟ ଇନଷ୍ଟିଚ୍ୟୁଟ୍ ରେ ଅୟୋଜିତ ଦକ୍ଷତାର ମହାକୁମ୍ଭ ଉଦଯାପିତ ହୋଇଛି। ଏଥିରେ ପୂର୍ବ ଭାରତ ରାଜ୍ୟ ଗୁଡ଼ିକର ଯୁବକ ମାନେ ଓଡ଼ିଶା ମାଟିରେ ନିଜର ଦକ୍ଷତା ଦେଖାଇଛନ୍ତି। ୪ ଦିନ ପର୍ଯ୍ୟନ୍ତ ୫ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରୁ ୨୩୦ ଜଣ ବଛ
ସରିଲା ଦକ୍ଷତା ମହାକୁମ୍ଭର ପ୍ରତିଯୋଗୀତା


ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ରାଜଧାନୀର ସ୍କିଲ ଡେଭେଲମେଂଟ ଇନଷ୍ଟିଚ୍ୟୁଟ୍ ରେ ଅୟୋଜିତ ଦକ୍ଷତାର ମହାକୁମ୍ଭ ଉଦଯାପିତ ହୋଇଛି। ଏଥିରେ ପୂର୍ବ ଭାରତ ରାଜ୍ୟ ଗୁଡ଼ିକର ଯୁବକ ମାନେ ଓଡ଼ିଶା ମାଟିରେ ନିଜର ଦକ୍ଷତା ଦେଖାଇଛନ୍ତି। ୪ ଦିନ ପର୍ଯ୍ୟନ୍ତ ୫ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରୁ ୨୩୦ ଜଣ ବଛାବଛା ପ୍ରତିଯୋଗୀ ଭାଗ ନେଇଥିଲେ।

ଆଜି ଉଦଯାପନୀ ଉତ୍ସବରେ ବିଭିନ୍ନ ବର୍ଗରେ ହୋଇଥିବା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବାପାଇଁ ସେମାନଙ୍କୁ ଚୟନ କରାଯାଇଥିଲା। ଫ୍ୟାଶନ ଡିଜାଇନ୍ , ଜୁଏଲାରୀ ,ହେଲଥ୍ ଆଣ୍ଡ ସୋସିଆଲ କେୟାର ପାଖରୁ ୩ଡି ଡିଜିଟାଲ ଗେମ୍ ଆର୍ଟ , ବିୟୁଟି ଥେରାପି, ପ୍ଲମ୍ବିଂ, ପେଂଟିଂ ଆଣ୍ଡ ଡେକୋରେଟିଂ ,ଅଟୋନୋମସ ମୋବାଇଲ ରୋବଟ ଓ ଗ୍ରାଫିକ୍ସ ଡିଜାଇନ୍ ପରି ୩୭ଟି ବର୍ଗରେ ପ୍ରତିଯୋଗୀ ମାନେ ଦେଖାଇଥିଲେ ଦକ୍ଷତା । ସେପଟେ ଏଭଳି ଉଚ୍ଚକୋଟୀର ପ୍ରତିଯୋଗିତାରେ ଭାଗ ନେଇ ବେଶ୍ ଉତ୍ସାହିତ ଅଛନ୍ତି ବୋଲି ପ୍ରତିଯୋଗୀ ମାନେ ମତ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande