ଜିଲାସ୍ତରୀୟ ଅଂଶୁଘାତ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ
ଧର୍ମଶାଳା,୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାରେ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତ ମୁକାବିଲା ନିମନ୍ତେ ଏକ ଜିଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ସଫଳ ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆଶୁ ପଦ
ଜିଲାସ୍ତରୀୟ ଅଂଶୁଘାତ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ


ଧର୍ମଶାଳା,୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାରେ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତ ମୁକାବିଲା ନିମନ୍ତେ ଏକ ଜିଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ସଫଳ ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ମୁଖ୍ୟ ଚିକିତ୍ସାଳୟ,ଗ୍ରାମୀଣ ଜଳ ଓ ପରିମଳ ଡିଭିଜନ,ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ,ପ୍ରତ୍ୟେକ ବ୍ଲକ ଓ ତହସିଲରେ ୨୪ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବ । ସମସ୍ତ ଅଚଳ ନଳକୂପର ମରାମତି ସହିତ ପାଇପ ଲାଇ ଓ ସପ୍ଲାଏ ପ୍ରକଳ୍ପ କାର୍ଯର୍୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ,ବ୍ଳକ ପ୍ରଶାସନ,ଜନସ୍ୱାସ୍ଥ୍ୟ ବିଭାଗ,ପୌର ପ୍ରଶାସନ ପାନୀୟ ଜଳ ଯୋଗାଣ ପାଇଁ ତତ୍ପର ହେବା ସହ ଅଚଳ ଓ ପାଇପ ଲାଇନଗୁଡିକୁ ଯୁଦ୍ଧକାଳୀନ ଭିତିରେ ମରାମତି କରବିା ସହିତ ଅଧିକ ସଂଖ୍ୟକ ଟ୍ୟାଙ୍କର ଯୋଗାଡ କରି ରଖିବା ସହିତ ଜଳ ସମ୍ପର୍କୀତ ଯେଉଁ ଭଳି କୌଣସି ଅଭିଯୋଗ ନ ଆସେ ସେଥିପ୍ରତି ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲାପାଳ ଶିବାନନ୍ଦ ସ୍ୱାଇଁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟ ମାନଙ୍କରେ ଅଂଶୁଘାତ ସଚେତନତା ସମ୍ପର୍କୀତ ବ୍ୟାନର ,ହୋଡିଂ ଓ ପୋଷ୍ଟର ଇତ୍ୟାଦି ଲାଗାଇବାକୁ ସମାଜିକ ଗଣମାଧ୍ୟମରେ ସଚେତନା ବାର୍ତା ପ୍ରଦାନ କରିବା ସହିତ ଆବ୍ୟାକ ହେଲେ ପ୍ରଚଣ୍ଡ ଖାରାରେ ବାହାରକୁ ନ ବାହାରିବା,ବ।।ହରକୁ ବାହାରୁ ଥିଲେ ସାଂଗରେ ପାଣି ବୋତଲ,ଛତା ଓ କଳା ଚଷମା ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ମୁଖ୍ୟ ଉନ୍ନୟନ ତଥା ଜିଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି,ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ.ବିଡିଓ ଓ ତହସିଲଦାର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande