
ଭୁବନେଶ୍ୱର, 02 ମାର୍ଚ୍ଚ (ହି.ସ.)- ସାଇବର ଠକଙ୍କ ଟାର୍ଗେଟରେ
'ସିଓର ବାଏ' ମାଲିକ
ସର୍ବପ୍ରିୟ ।ଝିଅମାନଙ୍କୁ
ଆସୁଛି ଫେକ୍ ମେସେଜ୍, ଥାନାରେ
ଅଭିଯୋଗ l ରାଜଧାନୀର ଜଣାଶୁଣା ଯୁବ ବ୍ୟବସାୟୀ ତଥା 'ସିଓର ବାଏ' କାରଏବଂ 'ସିଓର ବାଏ' ଷ୍ଟୋରର ପ୍ରତିଷ୍ଠାତା ସର୍ବପ୍ରିୟ ମାତୃଦତ୍ତଙ୍କ ନାମରେ ଏକ ବଡ଼
ଧରଣର ସାଇବର ଜାଲିଆତି ସାମ୍ନାକୁ ଆସିଛି। କେହି ଦୁର୍ବୃତ୍ତ ସର୍ବପ୍ରିୟଙ୍କ ନାଁ ଏବଂ ଫଟୋ
ବ୍ୟବହାର କରି ଏକ ନକଲି ଆଇଡିଖୋଲି ବିଭିନ୍ନ ଯୁବତୀମାନଙ୍କୁ ଅଶାଳୀନ ମେସେଜ୍ ପଠାଉଥିବା ଅଭିଯୋଗ ହୋଇଛି। ଏହି ଘଟଣା
ଯୋଗୁଁ ନିଜର ସମ୍ମାନ ଏବଂ ସାମାଜିକ ପ୍ରତିଷ୍ଠା ରକ୍ଷା କରିବା ପାଇଁ ଆଜି ସର୍ବପ୍ରିୟ ନିଜେ
ଭୁବନେଶ୍ୱର ସ୍ଥିତ ସାଇବର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି।ସର୍ବପ୍ରିୟଙ୍କ ପରିଚୟ ବ୍ୟବହାର
କରି କେହି ଜଣେ ସୋସିଆଲ ମିଡିଆରେ ଏକ ନକଲି ଆକାଉଣ୍ଟ୍ ଖୋଲିଛି ଏବଂ ସେହି ଆଇଡିରୁ ଅନେକ
ଝିଅମାନଙ୍କୁ ମେସେଜ୍ କରାଯାଉଛି। ନିଜ ନାମରେ କୌଣସି ପ୍ରକାରର ଆଇନଗତ ସମସ୍ୟା କିମ୍ବା ଭୁଲ୍
ବୁଝାମଣା ସୃଷ୍ଟି ନହେବା ପାଇଁ ସର୍ବପ୍ରିୟ ନିଜେ ସାଇବର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ
କହିବା ଅନୁଯାୟୀ, କେହି ଜଣେ ତାଙ୍କର ସୁନାମ ନଷ୍ଟ କରିବା
ପାଇଁ ଏହିଭଳି ଷଡ଼ଯନ୍ତ୍ର କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା