ସ୍କୁଲ ଶିକ୍ଷାରେ ୨୦୩୦ ସୁଦ୍ଧା ୧୦୦% ନାମଲେଖା ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ
ନୂଆଦିଲ୍ଲୀ, ୨୦ ମାର୍ଚ୍ଚ (ହି.ସ.)-କେନ୍ଦ୍ର ସରକାର ୨୦୩୦ ସୁଦ୍ଧା ସ୍କୁଲ ଶିକ୍ଷାରେ ୧୦୦% ମୋଟ ନାମଲେଖା ଅନୁପାତ (ଜିଇଆର) ହାସଲ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଦେଶବ୍ୟାପୀ ସ୍କୁଲ ବାହାରେ ଥିବା ପିଲା ଏବଂ ସ୍କୁଲ ଛାଡିଥିବା ପିଲାମାନଙ୍କୁ ଚିହ୍ନଟ ଏବଂ ନାମଲେଖା ପାଇଁ ଏକ ସ୍ୱତ
ସ୍କୁଲ ଶିକ୍ଷାରେ ୨୦୩୦ ସୁଦ୍ଧା ୧୦୦% ନାମଲେଖା ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ


ନୂଆଦିଲ୍ଲୀ, ୨୦ ମାର୍ଚ୍ଚ (ହି.ସ.)-କେନ୍ଦ୍ର ସରକାର ୨୦୩୦ ସୁଦ୍ଧା ସ୍କୁଲ ଶିକ୍ଷାରେ ୧୦୦% ମୋଟ ନାମଲେଖା ଅନୁପାତ (ଜିଇଆର) ହାସଲ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଦେଶବ୍ୟାପୀ ସ୍କୁଲ ବାହାରେ ଥିବା ପିଲା ଏବଂ ସ୍କୁଲ ଛାଡିଥିବା ପିଲାମାନଙ୍କୁ ଚିହ୍ନଟ ଏବଂ ନାମଲେଖା ପାଇଁ ଏକ ସ୍ୱତନ୍ତ୍ର ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି।ଶିକ୍ଷା ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଏହି ପଦକ୍ଷେପ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ (ଡିଓଏସଇଏଲ )ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (ବିକଶିତ ଭାରତ ୨୦୪୭) ଏବଂ 'ଆତ୍ମନିର୍ଭର ଭାରତ' ଦୃଷ୍ଟିକୋଣର ଅନୁ୍ନୁରୁପ।ଜାତୀୟ ଶିକ୍ଷା ନୀତି (ଏନଇପି) 2020 ଅନୁଯାୟୀ, 2030 ବର୍ଷ ପାଇଁ ପ୍ରି-ସ୍କୁଲରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ 100% ଜିଇଆର ହାସଲ କରିବାର ଲକ୍ଷ୍ୟ ରଖାଯାଇଛି। ତଥାପି, ପିରିଓଡିକ୍ ଲେବର ଫୋର୍ସ ସର୍ଭେ (ପିଏଲଏଫେସ) 2023-24 ରିପୋର୍ଟ ଅନୁଯାୟୀ, 14-18 ବୟସ ବର୍ଗର ପ୍ରାୟ ୨ କୋଟି ପିଲା ବର୍ତ୍ତମାନ ସ୍କୁଲରେ ପଡ଼ି ନାହାଁନ୍ତି।ଏହା ବ୍ୟତୀତ, 3 ରୁ 8 ଶ୍ରେଣୀର ପ୍ରାୟ 11 ପ୍ରତିଶତ ପିଲା ସ୍କୁଲ ବାହାରେ ଅଛନ୍ତି ଏବଂ ପ୍ରତିବର୍ଷ 5୦ ଲକ୍ଷ ଅଧିକ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ବିଫଳ ହୁଅନ୍ତି।ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ, ନ୍ୟାସନାଲ ମୁକ୍ତ ବିଦ୍ୟାଳୟ ସଙ୍ଘ(ଏନଆଇଓଏସ)ର ଭୂମିକାକୁ ସୁଦୃଢ଼ କରାଯାଉଛି। ଏନଆଇଓଏସ ଯାହା ବିଶ୍ୱର ସର୍ବବୃହତ ଓପନ୍ ସ୍କୁଲିଂ ବୋର୍ଡ, ଏକ ନମନୀୟ ଶିକ୍ଷା ବ୍ୟବସ୍ଥା, ଚାହିଦା ଅନୁଯାୟୀ ପରୀକ୍ଷା, ବୃତ୍ତିଗତ ପାଠ୍ୟକ୍ରମ ଏବଂ ଅନ୍ତର୍ଭୁକ୍ତ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ପ୍ରଦାନ କରେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande