ରାଣୀ ଅବନ୍ତବାଈ ଲୋଧିଙ୍କ ବଳିଦାବ ଦିବସରେ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଗୃହମନ୍ତ୍ରୀ
ନୂଆଦିଲ୍ଲୀ, 20 ମାର୍ଚ୍ଚ (ହି.ସ.)- 1857 ର ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଅବନ୍ତୀବାଇ ଲୋଧୀଙ୍କ ବଳିଦାନ ଦିବସରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେମାନେ ତାଙ୍କ ସାହସ, ତ୍ୟାଗ ଓ
ରାଣୀ


ନୂଆଦିଲ୍ଲୀ, 20 ମାର୍ଚ୍ଚ (ହି.ସ.)- 1857 ର

ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଅବନ୍ତୀବାଇ ଲୋଧୀଙ୍କ ବଳିଦାନ ଦିବସରେ କେନ୍ଦ୍ରୀୟ

ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସେମାନେ ତାଙ୍କ ସାହସ, ତ୍ୟାଗ ଓ

ରାଷ୍ଟ୍ରଭକ୍ତିକୁ ନମନ କରି କହିଛନ୍ତି ଯେ ସେ ଆତ୍ମସମର୍ପଣ ବଦଳରେ ଶହୀଦତାକୁ ବାଛିଥିଲେ ଏବଂ

ତାଙ୍କର ବଳିଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ହିବ।

କେନ୍ଦ୍ରୀୟ ସହକାରିତା ଓ

ଗୃହମନ୍ତ୍ରୀ ଅମିତ ଶାହ ବୀରାଙ୍ଗନା ରାଣୀ ଅବନ୍ତୀବାଇ ଲୋଧୀଙ୍କୁ ନମନ କରି କହିଛନ୍ତି ଯେ ତାଙ୍କ

ଜୀବନ ସାହସ, ତ୍ୟାଗ ଓ

ରାଷ୍ଟ୍ରଭକ୍ତିର ଅଦ୍ୱିତୀୟ ଉଦାହରଣ। 1857 ର ସଂଗ୍ରାମରେ ସେ ଇଂରେଜମାନଙ୍କ ବିରୋଧରେ ଦୃଢ଼ତାର

ସହିତ ଲଢ଼ିଥିଲେ ଏବଂ ଆତ୍ମସମର୍ପଣର ବଦଳରେ ବୀରଗତିକୁ ବାଛିଥିଲେ। ତାଙ୍କର ବଳିଦାନ ରାଷ୍ଟ୍ର

ପ୍ରତି ସମର୍ପଣ ଓ ସ୍ୱାଭିମାନର ଅମର ବାର୍ତ୍ତା ଅଟେ।

କେନ୍ଦ୍ରୀୟ କୃଷି ମନ୍ତ୍ରୀ

ଶିବରାଜ ସିଂହ ଚୌହାନ ମଧ୍ୟ 1857 ର ବିଦ୍ରୋହକୁ ନୂଆ ଦିଗ ଦେଇଥିବା, ରେବାଞ୍ଚଳ ମୁକ୍ତି ଆନ୍ଦୋଳନର ସୂତ୍ରଧାର ଏବଂ

ମହାନ ବୀରାଙ୍ଗନା ରାଣୀ ଅବନ୍ତୀବାଇ ଲୋଧୀଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ

କରିଛନ୍ତି। ସେ କହିଛନ୍ତି ଯେ ଏହି ମାଟିର ପ୍ରତ୍ୟେକ କଣ ଅବନ୍ତୀବାଇ ଲୋଧୀଙ୍କ ବୀରତା, ସାହସ ଓ ଶୌର୍ୟ ଗାଥାରେ ପବିତ୍ର ଓ ଗୌରବାନ୍ୱିତ। ତାଙ୍କ ସାହସ ରାଷ୍ଟ୍ର ସେବା ଓ

ସମ୍ମାନ ପାଇଁ ନିଜକୁ ବଳିଦାନ କରିବାକୁ ସର୍ବଦା ପ୍ରେରଣା ଦେଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande