ସରହୁଲ ପର୍ବର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, 21 ମାର୍ଚ୍ଚ (ହି.ସ.) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରହୁଲ ପର୍ବ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଦେଶବାସୀ ବିଶେଷ ଭାବରେ ଜନଜାତୀୟ ଭାଇ ଭଉଣୀ ମାନଙ୍କୁ ସରହୁଲ ପର୍ବର ହାର୍ଦ୍ଦିକ ଶୁଭକାମନା । ଶାଳ ଗଛରେ ନୂଆ ଫୁଲ ଆଗମନ ଅବସରରେ ପାଳନ
ସରହୁଲ ପର୍ବର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି


ନୂଆଦିଲ୍ଲୀ, 21 ମାର୍ଚ୍ଚ (ହି.ସ.) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରହୁଲ ପର୍ବ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଦେଶବାସୀ ବିଶେଷ ଭାବରେ ଜନଜାତୀୟ ଭାଇ ଭଉଣୀ ମାନଙ୍କୁ ସରହୁଲ ପର୍ବର ହାର୍ଦ୍ଦିକ ଶୁଭକାମନା । ଶାଳ ଗଛରେ ନୂଆ ଫୁଲ ଆଗମନ ଅବସରରେ ପାଳନ କରାଯାଉଥିବା ଏହି ଉତ୍ସବ ନୂଆ ଊର୍ଜା ସହ ଶୁଭାରମ୍ଭର ପ୍ରତୀକ । ଏହି ପର୍ବ ଜନଜାତୀୟ ସମୂହର ସାମୁହିକ ଚେତନା ଓ ପ୍ରକୃତି ସହିତ ଘନିଷ୍ଠ ସମ୍ପର୍କକୁ ରେଖାଙ୍କିତ କରିଥାଏ । ଆସନ୍ତୁ ଏହି ଶୁଭ ଅବସରରେ ଆମେ ପ୍ରାକୃତିକ ସମ୍ବଳ ଗୁଡିକୁ ସଂରକ୍ଷିତ କରି ବିକାଶର ମାର୍ଗରେ ଆଗକୁ ବଢିବାକୁ ସଂକଳ୍ପ ନେବା ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande