
ଡେରାଡୁନ୍, ୨୧ ମାର୍ଚ୍ଚ (ହି.ସ.)- ଉତରାଖଣ୍ଡର ପାଗ ପରିବର୍ତନଶୀଳ ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ପାର୍ବତ୍ୟାଚଂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ଏବଂ ତୁଷାରପାତ ହେବାର ସମ୍ଭାବନା ରହିଛି, ଯେତେବେଳେକି ସମତଳ ଅଂଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି ।
ଶନିବାର ଦିନ ଡେରାଡୁନ୍ ପାଣିପାଗ କେନ୍ଦ୍ର ଦ୍ୱାରା ଜାରି ପୂର୍ବାନୁମାନ ଅନୁଯାୟୀ, ଉତରକାଶୀ, ରୁଦ୍ରପ୍ରୟାଗ, ଚାମୋଲି, ବାଗେଶ୍ୱର ଏବଂ ପିଥୋରାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ୩୩୦୦ ମିଟର କିମ୍ବା ତା'ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ଅଂଚଳରେ ତୁଷାରପାତ ହେବାର ସମ୍ଭାବନା ଅଛି । ଡେରାଡୁନ୍, ତେହରି ଏବଂ ନୈନିତାଲ୍ ଜିଲ୍ଲାର କିଛି ସ୍ଥାନରେ ବହୁତ ହାଲୁକାରୁ ହାଲୁକା ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି । ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଶା କରାଯାଉଛି । ଏହି ସମୟରେ କୌଣସି ପାଣିପାଗ ସତର୍କତା ଜାରି କରାଯାଇ ନାହିଁ ।
ଶନିବାର ସକାଳେ ରାଜଧାନୀ ଡେରାଡୁନ୍ ର ପାଗରେ ପରିବର୍ତନ ଦେଖିବାକୁ ମିଳିଛି । ସକାଳେ ସୂର୍ଯ୍ୟ ଓ ମେଘ ମଧ୍ୟରେ ଲୁଚକାଳି ଖେଳ ଚାଲିଥିଲା । ଯେତେବେଳେକି ଦିନ ପ୍ରାୟ ୧୧ ଟାରେ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ଦେଖାଯାଇଥିଲା । ବର୍ଷା ଏବଂ ସୂର୍ଯ୍ୟକିରଣର ଏହି ମିଶ୍ରଣ ପରେ ପାଗ ସୁଖଦ ହୋଇଗଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ