
ନୂଆଦିଲ୍ଲୀ, ୨୧ ମାର୍ଚ୍ଚ (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଦେଶବାସୀଙ୍କୁ ନବରୋଜର ଶୁଭେଚ୍ଛା ଜଣାଇଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ତାଙ୍କ ବାର୍ତାରେ ଉପରାଷ୍ଟ୍ରପତି ରାଧାକୃଷ୍ଣନ କହିଛନ୍ତି ଯେ, ନବରୋଜର ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଖୁସି, ସମୃଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟ ଆଣିଦେଉ । ସେ କାମନା କରିଛନ୍ତି ଯେ, ନୂତନ ବର୍ଷ ସମସ୍ତଙ୍କ ପାଇଁ ଆନନ୍ଦରେ ପରିପୂର୍ଣ୍ଣ ହେଉ ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବାର୍ତାରେ ସେ ଲେଖିଛନ୍ତି ଯେ, ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସମୃଦ୍ଧି ଏବଂ ଖୁସି ଆଣିଦେଉ । ସେ ସମସ୍ତଙ୍କର ଭଲ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ଇଚ୍ଛା ପୂରଣ ପାଇଁ ପ୍ରାର୍ଥନା କରିଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ ନବରୋଜର ଶୁଭେଚ୍ଛା ଜଣାଇଛନ୍ତି, ଉତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଖୁସି ପାଇଁ ତାଙ୍କର କାମନା ପ୍ରକାଶ କରିଛନ୍ତି । ତାଙ୍କ ପୋଷ୍ଟରେ ସେ କହିଛନ୍ତି, ଏହି ନବରୋଜ ଦିନଟି ଆମର ଏକତାକୁ ମଜବୁତ କରୁ ଏବଂ ସମସ୍ତଙ୍କ ପାଇଁ ଉତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଖୁସିର ଦ୍ୱାର ଖୋଲି ଦେଉ ।
ଏହା ଉଲ୍ଲେଖନୀୟ ଯେ, ନବରୋଜ ହେଉଛି ଏକ ନୂତନ ବର୍ଷ ପର୍ବ ଯାହା ମୁଖ୍ୟତଃ ଇରାନ ଏବଂ ମଧ୍ୟ ଏସିଆର ଜୋରାଷ୍ଟ୍ରୀୟ ସମ୍ପ୍ରଦାୟ ଦ୍ୱାରା ପାଳନ କରାଯାଏ । ଏହା ପ୍ରାୟ ମାର୍ଚ୍ଚ ୨୧ ତାରିଖ ବସନ୍ତ ଋତୁ ଆରମ୍ଭରେ ପଡ଼ିଥାଏ । ଭାରତରେ, ଏହାକୁ ବହୁତ ଉତ୍ସାହର ସହିତ ପାଳନ କରାଯାଏ, ବିଶେଷକରି ମୁମ୍ବାଇ ଏବଂ ପୁଣେ ଭଳି ଅଂଚଳରେ ବିଶେଷ କରି ପାରସୀ ସମ୍ପ୍ରଦାୟ ଏହି ପର୍ବକୁ ପାଳନ କରିଥାନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ