
ଚଣ୍ଡିଗଡ଼, ୨୧ ମାର୍ଚ୍ଚ (ହି.ସ.)- ପଞ୍ଜାବର ଅମୃତସରରେ ନିଯୁକ୍ତ ଷ୍ଟେଟ ୱେୟରହାଉସ କର୍ପୋରେସନର ଜିଲ୍ଲା ପରିଚାଳକଙ୍କ ଆତ୍ମହତ୍ୟା ଘଟଣା ଗୁରୁତର ହୋଇପଡ଼ିଛି । ଶନିବାର ଦିନ ଅଧିକାରୀଙ୍କ ରେକର୍ଡିଂର ଏକ ଭିଡ଼ିଓ ଭାଇରାଲ୍ ହେବା ପରେ ପଞ୍ଜାବ ପରିବହନ ମନ୍ତ୍ରୀ ଲାଲଜିତ୍ ଭୁଲ୍ଲର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭବଗନ୍ତ ମାନ ପଞ୍ଜାବ ମୁଖ୍ୟ ସଚିବଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଗଗନଦୀପ ସିଂହ ରନ୍ଧାୱା ଅମୃତସର ଏବଂ ତରନତାରନରେ କାର୍ଯ୍ୟରତ ଥିଲେ । ଘଟଣା ପରେ, ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ, ଗଗନଦୀପ ଏକ ଭିଡ଼ିଓ ରେକର୍ଡଂ କରିଥିଲେ ଏବଂ ପଞ୍ଜାବ ପରିବହନ ମନ୍ତ୍ରୀ ଲାଲଜିତ ଭୁଲ୍ଲରଙ୍କ ନାମ ନେଇଥିଲେ ।
ବିଭାଗକୁ ଏକ ଗୋଦାମ ପାଇଁ ସ୍ଥାନ ଦେବା ନିମନ୍ତେ ଏକ ପ୍ରସ୍ତାବ ମିଳିଥିଲା । ତଦନ୍ତ ସମୟରେ, ବିଭାଗୀୟ ଦଳ ଜାଣିବାକୁ ପାଇଲେ ଯେ, ପ୍ରସ୍ତାବିତ ସ୍ଥାନ ଉପରେ ଉଚ୍ଚ-ଭୋଲଟେଜ ବିଦ୍ୟୁତ୍ ତାର ଯାଇଛି, ଯାହା ସୁରକ୍ଷା ଦୃଷ୍ଟିକୋଣରୁ ଅସୁରକ୍ଷିତ ଥିଲା । ଏହା ଆଧାରରେ, ବିଭାଗ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ଶୁକ୍ରବାର ଅମୃତସର ଗସ୍ତ ସମୟରେ, ମନ୍ତ୍ରୀ ଲାଲଜିତ ସିଂହ ଭୁଲ୍ଲର ଏହି ବିଷୟରେ ଜିଲ୍ଲା ପରିଚାଳକଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଛି । ଏଥିରେ ଆଘାତ ପାଇ ଗଗନଦୀପ ସିଂହ ରନ୍ଧାୱା ଏହି ଚରମ ପଦକ୍ଷେପ ନେଇଥିଲେ । ରନ୍ଧାୱା ବିଷ ଖାଇବା ପୂର୍ବରୁ ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କରି ଏକ ଭିଡ଼ିଓ ରେକର୍ଡ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ