ଆଜି ପଶ୍ଚିମ ଏସିଆରୁ 30 ଉଡାଣ ସଂଚାଳିତ କରିବେ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ
ନୂଆଦିଲ୍ଲୀ, 23 ମାର୍ଚ୍ଚ (ହି.ସ.)- ଟାଟା ଗ୍ରୁପର ନେତୃତ୍ୱରେ ଥିବା ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ସୋମବାର ପଶ୍ଚିମ ଏସିଆ, ବିଶେଷକରି ସାଉଦି ଆରବ ଏବଂ ୟୁଏଇକୁ ଯାଆସ କରୁଥିବା ମୋଟ 30ଟି ନିର୍ଦ୍ଧାରିତ ଓ ଅନିର୍ଦ୍ଧାରିତ ଉଡାଣ ସଂଚାଳନ କରିବ। ଏୟାରଲାଇନ୍ ଏକ୍ସରେ ଜ
ଏୟାର ଇଣ୍ଡିଆ


ନୂଆଦିଲ୍ଲୀ, 23 ମାର୍ଚ୍ଚ (ହି.ସ.)- ଟାଟା ଗ୍ରୁପର ନେତୃତ୍ୱରେ ଥିବା ଏୟାର ଇଣ୍ଡିଆ

ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ସୋମବାର ପଶ୍ଚିମ ଏସିଆ, ବିଶେଷକରି ସାଉଦି ଆରବ ଏବଂ

ୟୁଏଇକୁ ଯାଆସ କରୁଥିବା ମୋଟ 30ଟି ନିର୍ଦ୍ଧାରିତ ଓ ଅନିର୍ଦ୍ଧାରିତ ଉଡାଣ ସଂଚାଳନ କରିବ।

ଏୟାରଲାଇନ୍ ଏକ୍ସରେ ଜାରି କରିଥିବା ବିବୃତ୍ତିରେ ଏହି

ସୂଚନା ଦେଇଛି, ଯେଉଁଥିରେ ଯାତ୍ରୀମାନଙ୍କ ପାଇଁ ପୁନଃ ବୁକିଂ ଏବଂ ରିଫଣ୍ଡର ବିକଳ୍ପ ମଧ୍ୟ ଉପଲବ୍ଧ

କରାଯାଇଛି। କମ୍ପାନୀ କହିଛି ଯେ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଶି 23

ମାର୍ଚ୍ଚରେ ପଶ୍ଚିମ ଏସିଆ ଅଞ୍ଚଳକୁ ଯାଇଆସୁଥିବା 30ଟି ଉଡାଣ ସଂଚାଳନ କରିବେ।

କମ୍ପାନୀ ଆହୁରି କହିଛି ଯେ ଉଭୟ ଏୟାରଲାଇନ୍ ଜେଦ୍ଦା ରୁଟ୍ରେ

ନିଜର ନିର୍ଦ୍ଧାରିତ ସେବା ଜାରି ରଖିବେ। ଭାରତ ଓ ଜେଦ୍ଦା ମଧ୍ୟରେ ମୋଟ 10ଟି ଉଡାଣ ସଂଚାଳନ ହେବ, ଯାହାରେ ଏୟାର ଇଣ୍ଡିଆ

ଦିଲ୍ଲୀ ଓ ମୁମ୍ବାଇରୁ ପ୍ରତ୍ୟେକ ଗୋଟିଏ କରି ଆଗ-ପଛ ଉଡାଣ ଚଳାଇବ। ଏହା ସହିତ ଏୟାର ଇଣ୍ଡିଆ

ଏକ୍ସପ୍ରେସ ବେଙ୍ଗାଲୁରୁ, କୋଝିକୋଡ୍ ଓ ମ୍ୟାଙ୍ଗାଲୋରୁରୁ ପ୍ରତ୍ୟେକ ଗୋଟିଏ କରି ଉଡାଣ

ସଂଚାଳନ କରିବ।

ଏହା ବ୍ୟତୀତ ଏୟାର ଇଣ୍ଡିଆ ଏକ୍ସପ୍ରେସ ମସ୍କଟରୁ ଚାରିଟି

ନିର୍ଦ୍ଧାରିତ ଉଡାଣ (ଦିଲ୍ଲୀ ଓ ମୁମ୍ବାଇ ସହିତ) ଏବଂ ବେଙ୍ଗାଲୁରୁ-କୋଝିକୋଡ୍ରୁ ରିୟାଦ ପାଇଁ

ଚାରିଟି ଉଡାଣ ସଂଚାଳନ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande