ସୁନା ଓ ଚାନ୍ଦି ମୂଲ୍ୟରେ ସାମାନ୍ୟ ହ୍ରାସ
ନୂଆଦିଲ୍ଲୀ, 23 ମାର୍ଚ୍ଚ (ହି.ସ.)-ଦେଶର ସୁନାରୂପା ବଜାରରେ ଆଜି ଆରମ୍ଭିକ ବ୍ୟାପାର ସମୟରେ ସାଂକେତିକ ଦୁର୍ବଳତାର ଧାରା ଦେଖିବାକୁ ମିଳୁଛି। ଆଜି ସୋମବାର ଦିନ ଦାମ କମିବାରୁ ଦେଶର ଅଧିକାଂଶ ସୁନାରୂପା ବଜାରରେ 24 କ୍ୟାରେଟ ସୁନା 1,45,960 ଟଙ୍କାରୁ 1,46,110 ଟଙ୍କା ପର୍ଯ୍ୟନ୍
ସୁନାରୂପା


ନୂଆଦିଲ୍ଲୀ, 23 ମାର୍ଚ୍ଚ (ହି.ସ.)-ଦେଶର ସୁନାରୂପା ବଜାରରେ ଆଜି ଆରମ୍ଭିକ ବ୍ୟାପାର ସମୟରେ ସାଂକେତିକ ଦୁର୍ବଳତାର ଧାରା

ଦେଖିବାକୁ ମିଳୁଛି। ଆଜି ସୋମବାର ଦିନ ଦାମ କମିବାରୁ ଦେଶର ଅଧିକାଂଶ ସୁନାରୂପା ବଜାରରେ 24

କ୍ୟାରେଟ ସୁନା 1,45,960 ଟଙ୍କାରୁ 1,46,110 ଟଙ୍କା ପର୍ଯ୍ୟନ୍ତ ପ୍ରତି 10 ଗ୍ରାମ ଦରରେ

ବ୍ୟାପାର ହେଉଛି।

ସେହିପରି 22 କ୍ୟାରେଟ ସୁନା ଆଜି 1,33,790 ଟଙ୍କା ପ୍ରତି

10 ଗ୍ରାମରୁ 1,33,940 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ଚାନ୍ଦିର ଦାମରେ

ମଧ୍ୟ ହ୍ରାସ ଦେଖାଯାଇଥିବାରୁ ଏହି ଧାତୁ ଆଜି ଦିଲ୍ଲୀ ସୁନାରୂପା ବଜାରରେ 2,44,900 ଟଙ୍କା

ପ୍ରତି କିଲୋଗ୍ରାମ ଦରରେ ବିକୁଛି।

ଦିଲ୍ଲୀରେ ଆଜି 24 କ୍ୟାରେଟ ସୁନା 1,46,110 ଟଙ୍କା ପ୍ରତି

10 ଗ୍ରାମ ଦରରେ ବ୍ୟାପାର ହେଉଛି, ଯେତେବେଳେ 22 କ୍ୟାରେଟ ସୁନାର ଦାମ 1,33,940 ଟଙ୍କା ପ୍ରତି

10 ଗ୍ରାମ ରେକର୍ଡ ହୋଇଛି।

ଏହା ସହିତ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 24 କ୍ୟାରେଟ

ସୁନା 1,45,960 ଟଙ୍କା ପ୍ରତି 10 ଗ୍ରାମ ଓ 22 କ୍ୟାରେଟ ସୁନା 1,33,790 ଟଙ୍କା ପ୍ରତି 10

ଗ୍ରାମ ଦରରେ ବିକୁଛି।

ଏହିପରି ଅହମଦାବାଦରେ 24 କ୍ୟାରେଟ ସୁନାର ଖୁଦ୍ର ଦାମ 1,46,010 ଟଙ୍କା ପ୍ରତି 10

ଗ୍ରାମ ଓ 22 କ୍ୟାରେଟ ସୁନାର ଦାମ 1,33,840 ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande