
ନୂଆଦିଲ୍ଲୀ, 23 ମାର୍ଚ୍ଚ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ରାମ ମନୋହର ଲୋହିଆଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଡ଼ଃ ରାମ ମନୋହର ଲୋହିଆଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ସେ ଏକ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ, ଯିଏ ଔପନିବେଶିକ ଶାସନ ବିରୋଧରେ ଜନସାଧାରଣଙ୍କୁ ସଙ୍ଗଠିତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଏବଂ 1947 ପରେ ଭାରତର ପ୍ରଗତିରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ସେ ଜଣେ ଉତ୍କୃଷ୍ଟ ଚିନ୍ତକ ଓ ସାମାଜିକ ନ୍ୟାୟର ପ୍ରମୁଖ ସ୍ୱରମାନଙ୍କ ମଧ୍ୟରୁ ଅଗ୍ରଗଣ୍ୟ ଥିଲେ। ଗରିବ ଏବଂ ବଂଚିତ ମାନଙ୍କର ସଶକ୍ତିକରଣ ପ୍ରତି ତାଙ୍କର ଅଟୁଟ ପ୍ରତିବଦ୍ଧତା ଆଜି ମଧ୍ୟ ପିଢ଼ି ପିଢ଼ିକୁ ପ୍ରେରିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ