ଦେବୀ ସ୍କନ୍ଦମାତାଙ୍କ କୃପା ଉପରେ ସଂସ୍କୃତ ସୁଭାଷିତ ସେୟାର କଲେ ପିଏମ ମୋଦି
ନୂଆଦିଲ୍ଲୀ, 23 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେବୀ ସ୍କନ୍ଦମାତାଙ୍କର ଦିବ୍ୟ କୃପା ଓ ସମସ୍ତଙ୍କ ମଙ୍ଗଳ ପାଇଁ ତାଙ୍କ ଦିବ୍ୟ ଆଶୀର୍ବାଦ କାମନା କରି ଗୋଟିଏ ସଂସ୍କୃତ ସୁଭାଷିତ ଅଂଶୀଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, ଦ
ଦେବୀ ସ୍କନ୍ଦମାତାଙ୍କ କୃପା ଉପରେ ସଂସ୍କୃତ ସୁଭାଷିତ ସେୟାର     କଲେ ପିଏମ ମୋଦି


ନୂଆଦିଲ୍ଲୀ, 23 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେବୀ

ସ୍କନ୍ଦମାତାଙ୍କର ଦିବ୍ୟ କୃପା ଓ ସମସ୍ତଙ୍କ ମଙ୍ଗଳ ପାଇଁ ତାଙ୍କ ଦିବ୍ୟ ଆଶୀର୍ବାଦ କାମନା କରି

ଗୋଟିଏ ସଂସ୍କୃତ ସୁଭାଷିତ ଅଂଶୀଦାର କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, ଦେବୀ ସ୍କନ୍ଦମାତାଙ୍କୁ କରବଦ୍ଧ ପ୍ରାର୍ଥନା! ମୋର କାମନା ଯେ, ଆପଣମାନେ ସମସ୍ତେ ତାଙ୍କର

ମାତୃସ୍ନେହ ଓ ଆଶୀର୍ବାଦରେ ଆଲୋକିତ ହୁଅନ୍ତୁ। ମାଆଁ ଅମ୍ବେଙ୍କ ଦର୍ଶନରେ ଭକ୍ତିର ଅଦ୍ଭୁତ ଆନନ୍ଦ

ମିଳେ। ଏହା ମନକୁ ଶାନ୍ତି ଓ ଆତ୍ମିକ ଶକ୍ତି ଦେଇଥାଏ।

ସେ ‘ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ୱୟା। ଶୁଭଦାସ୍ତୁ

ସଦା ଦେବୀ ସ୍କନ୍ଦମାତା ଯଶସ୍ୱିନୀ’ ନାମକ ସଂସ୍କୃତ ସୁଭାଷିତ ମଧ୍ୟ ସେୟାର କରିଛନ୍ତି।

ଏହାର ଅର୍ଥ ହେଉଛି— ହେ ମହିମାମୟୀ ଦେବୀ ସ୍କନ୍ଦମାତା, ଯିଏ ସଦା ସିଂହ ଉପରେ

ବିରାଜମାନ ଓ ନିଜ ଦୁଇ ହାତରେ କମଳ ଫୁଲ ଧାରଣ କରିଛନ୍ତି, ସେ ଆମକୁ ସଦା ଶୁଭ ଫଳ ପ୍ରଦାନ

କରୁନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande