ସହିଦ ଦିବସରେ ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି
ନୂଆଦିଲ୍ଲୀ, 23 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ଶହୀଦ ଦିବସ’ ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଭାବଭୀନି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, “ମୁଁ ଭାରତ ମାତାଙ
ସହିଦ


ନୂଆଦିଲ୍ଲୀ, 23 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର

‘ଶହୀଦ ଦିବସ’ ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ

ଭାବଭୀନି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, “ମୁଁ ଭାରତ ମାତାଙ୍କ ବୀର ସପୁତ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ନମନ

କରୁଛୁ। ଦେଶ ପାଇଁ ତାଙ୍କର ଶହୀଦି ଆମ ସମୁହ ସ୍ମୃତିରେ ଅଙ୍କିତ ରହିଛି। କମ୍ ବୟସରେ ମଧ୍ୟ

ସେମାନେ ଅସାଧାରଣ ସାହସ ଓ ଭାରତର ସ୍ୱାଧୀନତା ପାଇଁ ଅତୁଟ ସମର୍ପଣର ପ୍ରଦର୍ଶନ କରିଥିଲେ।

ଔପନିବେଶିକ ଶାସନର ଶକ୍ତିରେ ବିଚଳିତ ନହୋଇ ସେମାନେ ଦୃଢ଼

ବିଶ୍ୱାସ ସହ ତ୍ୟାଗର ପଥ ବାଛିଥିଲେ ଏବଂ ଦେଶକୁ ନିଜ ଜୀବନଠାରୁ ଉପରେ ରଖିଥିଲେ। ନ୍ୟାୟ, ଦେଶଭକ୍ତି ଓ ନିର୍ଭୀକ

ପ୍ରତିରୋଧର ତାଙ୍କର ଆଦର୍ଶ ଆଜି ମଧ୍ୟ ଅସଂଖ୍ୟ ଭାରତୀୟଙ୍କ ହୃଦୟରେ ଉତ୍ସାହ ଭରିଦେଉଛି।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande