
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ଜାତୀୟ ଶିକ୍ଷା ନୀତି ଅଧୀନରେ ଆସନ୍ତା ଏପ୍ରିଲ ୨
ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ‘ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ’। ଶିଶୁ ବାଟିକା ଓ ପ୍ରଥମ
ଶ୍ରେଣୀର କୁନି ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇଛନ୍ତି ସ୍ନେହର
ନିମନ୍ତ୍ରଣ। ଅଧିକାରୀ ଓ ଜନପ୍ରତିନିଧିମାନେ ଘରକୁ ଘର ବୁଲି ଏହି ସ୍ନେହଭରା ନିମନ୍ତ୍ରଣ
ପହଞ୍ଚାଉଛନ୍ତି। ଆସନ୍ତୁ, ସମସ୍ତେ ମିଶି ଆମ
ପିଲାଙ୍କ ଭବିଷ୍ୟତ ଗଢ଼ିବା ଓ ଏକ ସମୃଦ୍ଧ ଓଡ଼ିଶା ଗଠନରେ ସାମିଲ ହେବା ବୋଲି ମୁଖ୍ୟମନ୍ତ୍ରୀ
ଅପିଲ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା