ଆଂଚଳିକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
କେନ୍ଦୁଝର,୨୪ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ଓ ମୈଦାନକେଲ ପଂଚାୟତର ମିଳିତ ସହଯୋଗରେ ଆଂଚଳିକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ହେଲପେଜ ଇଣ୍ଡିଆ ଓ ଉଇୟର ମିନରାଲ ପ୍ରାଇଭେଟ ଲିମିଟେଡ଼ର ସହାୟତାରେ ଆୟୋଜିତ ଚକ୍ଷୁ ଶିବିରକୁ ସରପଂଚ ଶ୍ରୀ ଭା
ଆଂଚଳିକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ


କେନ୍ଦୁଝର,୨୪ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ଓ ମୈଦାନକେଲ ପଂଚାୟତର ମିଳିତ ସହଯୋଗରେ ଆଂଚଳିକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ହେଲପେଜ ଇଣ୍ଡିଆ ଓ ଉଇୟର ମିନରାଲ ପ୍ରାଇଭେଟ ଲିମିଟେଡ଼ର ସହାୟତାରେ ଆୟୋଜିତ ଚକ୍ଷୁ ଶିବିରକୁ ସରପଂଚ ଶ୍ରୀ ଭାଗିରଥି ସିଙ୍ଗ ଉଦଘାଟନ କରିଥିଲେ। ବରିଷ୍ଠ ସମାଜସେବୀ ତଥା କେନ୍ଦୁଝର ନାଗରିକ ମଂଚର ଉପ ସଭାପତି ଶ୍ରୀ ଶ୍ରୀ ଭକ୍ତିବତ୍ସଳ ମହାନ୍ତିଙ୍କ ସଂଯୋଜନାରେ ଭୂମିକା ଚକ୍ଷୁ ଚିକିତ୍ସାଳୟ ରାଜ୍ୟ ପରିଚାଳକ ଶ୍ରୀ କର୍ଣ୍ଣାଟ କିଶୋର ଜେନା, ମଧୁସ୍ମିତା ମାଝୀ, ସ୍ୱାସ୍ଥ୍ୟ ସେବିକା ସରିତା ଜେନା, ସ୍ୱାସ୍ଥ୍ୟ ସଂଗଠକ ସରୋଜ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ୭୪ଜଣ ବୟସ୍କ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ମୈଦାନକେଲ, ତାଳପଦା, ହରିହରପୁର, ବାସୁଦେବପୁର, କେରି, ଦେଉବନ୍ଧ, ଜଗନ୍ନାଥପୁର, ବଡ଼ପଶି, ଛେମୁଡିବିଲ ଆଦି ଗ୍ରାମରୁ ଆସିଥିବା ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୧୮ ଜଣଙ୍କର ମୋତିଆବିନ୍ଦୁ ରୋଗ ଚିହ୍ନଟ କରାଯାଇଛି। ୧୦ ଜଣଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି। ପ୍ରଗତି ଫାଉଣ୍ଡେସନର ସମ୍ପାଦିକା ରଞ୍ଜୁଲତା ମହାନ୍ତି, ଉପ ସଭାପତି କାଂଚନବାଳା ମହାନ୍ତି, କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟର କୋଷାଧ୍ୟକ୍ଷ ସଂଜୀବ ପାଇକରାୟ, ଚେୟାରମ୍ୟାନ ଅଧିବକ୍ତା ଜଗଜିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟ ତରଫରୁ ଆବଶ୍ୟକ ରୋଗୀଙ୍କୁ ମାଗଣା ଚଷମା ବଂଟନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande