
ନୂଆଦିଲ୍ଲୀ,୨୪ ମାର୍ଚ୍ଚ(ହି.ସ.) – କେନ୍ଦ୍ର ଖାଦ୍ୟ, ସାର୍ବଜନିକ ବିତରଣ ଏବଂ ଉପଭୋକ୍ତା ମାମଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍) ଏବଂ କଷ୍ଟମ ମଧ୍ୟରେ ସମନ୍ୱୟକୁ ମଜଭୁତ କରିବା ପାଇଁ ଆଇସିଜିଏଟି ପୋର୍ଟାଲ ମାଧ୍ୟମରେ ନିୟମିତ ରୂପେ ସୂଚନାର ଆଦାନ ପ୍ରଦାନ କରାଯାଉଛି। ବିଆଇଏସ୍ ଦ୍ୱାରା ବଜାରରେ ଉତ୍ପାଦର ଯାଂଚ ଏବଂ ପରୀକ୍ଷଣ କରାଯାଏ ଏବଂ ମାନକରେ କୃତକାର୍ଯ୍ୟ ହୋଇଥିବା ଉତ୍ପାଦର ସୂଚନା କଷ୍ଟମଙ୍କୁ ପଠାଯାଏ। ମନ୍ତ୍ରୀ ଯୋଶୀ ଭାରତୀୟ ଜନତା ପାର୍ଟିର ସଦସ୍ୟ ଡା. ସଙ୍ଗୀତା ବଳବନ୍ତଙ୍କ ପ୍ରଶ୍ନର ଉତରରେ ଗୃହକୁ କହିଥିଲେ ଯେ ସରକାର ଟେକ୍ନିକ ଆଧାରିତ ଯାଂଚ ପ୍ରଣାଳୀକୁ ବୃଦ୍ଧି କରୁଛି ଏବଂ ମାନବ ହସ୍ତକ୍ଷେପକୁ କମ୍ କରିବାର ପ୍ରୟାସ କରାଯାଉଛି, ଯାହାଫଳରେ ଉତ୍ପାଦର ଗୁଣବତା ସୁନିଶ୍ଚିତ ହୋଇପାରିବ ଏବଂ ବ୍ୟାପାର କରିବାରେ ସୁଗମତା ବୃଦ୍ଧିପାଇବ।
ଡା. ସଙ୍ଗୀତା ବଳୱନ୍ତ ଭାରତୀୟ ମାନକ ବ୍ୟୁରୋ ଏବଂ କଷ୍ଟମ ଅଥରିଟି ମଧ୍ୟରେ ଉତମ ସମନ୍ୱୟର ବିଷୟ ଉଠାଇଥିଲେ। ସେ କହିଥିଲେ ଯେ ବିଆଇଏସ୍ ପ୍ରମାଣିତ ଉତ୍ପାଦନର କଷ୍ଟମ କ୍ଲିୟରାନ୍ସରେ ଡେରି ନହେଉ ଏବଂ ଆୟାତ ପ୍ରକ୍ରିୟାରେ କୌଣସି ପ୍ରକାର ବାଧା ଆସିବ ନାହିଁ, ଏଥିପାଇଁ ସରକାର କ’ଣ ଠୋସ୍ ପଦକ୍ଷେପ ଉଠାଉଛି। ଉତ୍ପାଦର ଗୁଣବତା ସୁନିଶ୍ଚି କରି କଷ୍ଟମ ଏବଂ ବିଆଇଏସ୍ ମଧ୍ୟରେ ତାଳମେଳକୁ ମଜଭୁତ କରିବା ତଥା ଇଜ ଅଫ୍ ଡୁଇଂ ବିଜନେସ୍କୁ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି