ନୀତିଶ କୁମାର ଚତୁର୍ଥ ଥର ପାଇଁ ହେଲେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ, କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିବ
ପାଟନା, ୨୪ ମାର୍ଚ୍ଚ (ହି.ସ.)- ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ଥରେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ ଏବଂ ସେ ୨୦୨୮ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ଅପରାହ୍ନ ୨ଟା ୩୦ ରେ ଆନୁଷ୍ଠାନିକ ଘୋଷଣା କରାଯି
ନୀତିଶ କୁମାର ଚତୁର୍ଥ ଥର ପାଇଁ ହେଲେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ, କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିବ


ପାଟନା, ୨୪ ମାର୍ଚ୍ଚ (ହି.ସ.)- ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ଥରେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ ଏବଂ ସେ ୨୦୨୮ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ଅପରାହ୍ନ ୨ଟା ୩୦ ରେ ଆନୁଷ୍ଠାନିକ ଘୋଷଣା କରାଯିବ, ଯାହା ପରେ ତାଙ୍କୁ ତାଙ୍କର ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରାଯିବ ।

ରିଟର୍ଣ୍ଣିଂ ଅଫିସର ଏବଂ ଜେଡିୟୁ ନେତା ଅନିଲ ହେଗଡେ ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ । ଯେହେତୁ ନୀତିଶ କୁମାର ଏହି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରାର୍ଥୀ ଥିଲେ, ତେଣୁ ନିର୍ବାଚନ ପ୍ରକ୍ରିୟା ଏକ ଔପଚାରିକତା ହୋଇ ରହିଗଲା ।

ଜେଡିୟୁ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା କହିଛନ୍ତି ଯେ, ନୀତିଶ କୁମାରଙ୍କ ନାମାଙ୍କନ ମାର୍ଚ୍ଚ ୧୯ ତାରିଖରେ ଦିଲ୍ଲୀର ଜେଡିୟୁ ରାଷ୍ଟ୍ରିୟ କାର୍ଯ୍ୟାଳୟରେ ଦାଖଲ କରାଯାଇଥିଲା । ଦୁଇଟି ସେଟ୍ ରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ମଙ୍ଗଳବାର ସକାଳ ୧୧ଟା ଥିଲା, କିନ୍ତୁ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିଲେ ।

ଏହା ଉଲ୍ଲେଖନୀୟ ଯେ, ଜେଡିୟୁରେ ଜାତୀୟ ସଭାପତି ପଦ ପାଇଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନିର୍ବିରୋଧୀ ଥିଲା, ଯାହା ନୀତିଶ କୁମାରଙ୍କ ପୁନଃଚୟନକୁ ସୁନିଶ୍ଚିତ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande