ଚମ୍ପୁଆରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ
କେନ୍ଦୁଝର,୨୪ ମାର୍ଚ୍ଚ(ହି.ସ.) – ଚମ୍ପୁଆ ବ୍ଲକ ଚମ୍ପୁଆ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରାବଣୀ ଜେନାଙ୍କ ତତ୍ୱାବଧାନରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ
ଚମ୍ପୁଆରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ


କେନ୍ଦୁଝର,୨୪ ମାର୍ଚ୍ଚ(ହି.ସ.) – ଚମ୍ପୁଆ ବ୍ଲକ ଚମ୍ପୁଆ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରାବଣୀ ଜେନାଙ୍କ ତତ୍ୱାବଧାନରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବମୋଟ ୨୦୨ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିବାବେଳେ ଅସ୍ଥିଶଲ୍ୟ ବିଭାଗରେ ୭୬, ମାନସିକ ଅନଗ୍ରସର ୩୯, ଚକ୍ଷୁ ବିଭାଗରେ ୩୭ ଓ ଶ୍ରବଣ ବାଧିତରେ ୪୮ ଜଣ ପରୀକ୍ଷା କରାଇଥିଲେ ଏବଂ ଚିହ୍ନଟ ହୋଇଥିବା ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଉକ୍ତ ଶିବିରକୁ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ରମଣୀ ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚୁନୁ ହାସଦା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରାବଣୀ ଜେନା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ କରନ ସୋରେନ ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବିରକୁ ସୁପରଭିଜନ କରି ଏହାର ସଫଳତା ପାଇଁ ତ୍ୱରାନ୍ନିତ କରିବାକୁ ଦିଗଦର୍ଶନ ଓ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମକୁ ବ୍ଲକ କନିଷ୍ଠ ସହାୟକ ଶିବାନୀ ମାରାଣ୍ଡି, କାର୍ଯ୍ୟକ୍ରମ ସହାୟକ ଦୀପଙ୍କର ଦାଶ ପରିଚାଳନା କରିଥିବାବେଳେ ସୁନାପଶି ସରପଂଚ ସସ୍ମିତା ଚାତାର, କରଞ୍ଜିଆ ସରପଂଚ ସୁପ୍ରିୟା ମୁଣ୍ଡା, ଜି.ପି.ଡି. ଓ ମୋନାଲିସା ନାୟକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସଂଗୀତା ମାଝୀ, ପଂଚାୟତ କାର୍ଯ୍ୟନିର୍ବାହୀ ଅନୀଲ କୁମାର ମହାନ୍ତ, ଜୁଲି ସର୍ଦାର, ବିଜନ ମୁଣ୍ଡା, ଲଳିତ ପ୍ରସାଦ ଜେନା, ରଚୟିତା ସେନାପତି, ଡି. ଇ. ଓ ଶାନ୍ତନୁ ବାରିକ ପ୍ରମୁଖଙ୍କ ସହଯୋଗୀତାରେ ପରିଚାଳିତ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande