
ବଲାଙ୍ଗିର, ୨୪ ମାର୍ଚ୍ଚ (ହି.ସ.)- ବିଜାଖମନ ମଣ୍ଡପରେ ସର୍ବ ପୁରାତନ ବ୍ରାହ୍ମଣପଡା ୧୯୯୯ ବ୍ୟାଚ ୟୁପି ସ୍କୁଲ ର ପୁରାତନ ଛାତ୍ର ଛାତ୍ରୀ ୨୫ ବର୍ଷ ର ରୌପ୍ୟ ଜୟନ୍ତୀ ପାଳନ କରିଥିଲେ । ଏହି ଉଦ୍ଦେଶ୍ୟରେ ସ୍କୁଲରେ ବିଭିନ୍ନ ଛାତ୍ର ଛାତ୍ରୀ ଦେଶ ବିଦେଶ ବାହାରେ ରହିଥିବା ବେଳେ ସ୍କୁଲକୁ ମନେ ପକାଇଥିଲେ । ଏହି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ମୋ ସ୍କୁଲ ଆମ ଦାୟିତ୍ୱ । ସଭାକୁ ସଭାପତିତ୍ୱ କରିଥିଲେ ଶଶାଙ୍କ ଶେଖର କବାଟ ଓ ପରିଚାଳନା କରିଥିଲେ ପ୍ରଶାନ୍ତ ମହାକୁର । ଆଗାମୀ ଦିନରେ ସ୍କୁଲରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ଆଲୋଚନାଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରାତନ ଛାତ୍ରମାନେ ଏକାଠି ହୋଇ ସ୍କୁଲକୁ କିଭଳି ଅନୁଦାନ ଦେବେ ସେ ଉପରେ ଆଲୋଚନା କରିଥିଲେ । ଏଥିରେ ବାହାର ରାଜ୍ୟର ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ ।
ସନ୍ଧ୍ୟାରାଣୀ ମିଶ୍ର, ଝରଣା ମିଶ୍ର, ଲିଲି ମୁନି, ଅନୁସୟା ପୃଷ୍ଟି, ରଶ୍ମିତା ଭଞ୍ଜ, ସୁନିତା ସ୍ୱାଇଁ, ଗୀତାଞ୍ଜଳି ମୁନି, ଝରଣା ବେହେରା, ସୁବାଷ ସ୍ୱାଇଁ, ଆଶିଷ ସ୍ୱାଇଁ, ପ୍ରକାଶ କବାଟ, ସଚିନ ବେହେରା, ନିଳମାଧବ ସାହୁ, ଶ୍ରୀପତି ସିଂ, ରଂଜନ ସାହୁ, କାଳିଆ ସ୍ୱାଇଁ, ସଚିନ ବେହେରା, ରିନୟା କବାଟ, ସୁଶିଲ ବେହେରା, ସୌମ୍ୟପଣ୍ଡା, ଲକ୍ଷ୍ମୀପ୍ରୀୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ