ମାଲିମୁଣ୍ଡା କ୍ରିକେଟ ଷ୍ଟାଡିୟମର ହେବ ଉନ୍ନତିକରଣ ; ନିର୍ମାଣଧୀନ ସ୍ୱିମିଂ ପୁଲ୍ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
ଝାରସୁଗୁଡ଼ା, ୨୪ ମାର୍ଚ୍ଚ (ହି.ସ.)- ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମାଲିମୁଣ୍ଡା କ୍ରିକେଟ ଷ୍ଟାଡିୟମ ପରିସର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଷ୍ଟାଡିୟମ ପରିସରର
ମାଲିମୁଣ୍ଡା କ୍ରିକେଟ ଷ୍ଟାଡିୟମର ହେବ ଉନ୍ନତିକରଣ ; ନିର୍ମାଣଧୀନ ସ୍ୱିମିଂ ପୁଲ୍ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ


ଝାରସୁଗୁଡ଼ା, ୨୪ ମାର୍ଚ୍ଚ (ହି.ସ.)- ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମାଲିମୁଣ୍ଡା କ୍ରିକେଟ ଷ୍ଟାଡିୟମ ପରିସର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଷ୍ଟାଡିୟମ ପରିସରରେ ନିର୍ମାଣlଧୀନ ଅତ୍ୟାଧୁନିକ ସ୍ୱିମିଂ ପୁଲର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଏହି ସମୀକ୍ଷା ସମୟରେ ଜିଲ୍ଲାପାଳ ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହ ନିର୍ମାଣ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ସ୍ୱିମିଂ ପୁଲ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ବାହୀ ଯନ୍ତ୍ରୀଙ୍କୁ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ କ୍ରୀଡ଼ାବିତ୍ ଏବଂ ଜନସାଧାରଣ ଖୁବଶୀଘ୍ର ଏହି ସୁବିଧାର ଲାଭ ଉଠାଇପାରିବେ।

ଉଲ୍ଲେଖଯୋଗ୍ୟ ଯେ, ମଲିମୁଣ୍ଡା କ୍ରିକେଟ ଷ୍ଟାଡିୟମକୁ ଏକ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରାଙ୍ଗଣ ଭାବେ ଗଢ଼ିତୋଳିବା ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ଏହି ରୂପାନ୍ତରୀକରଣ କାର୍ଯ୍ୟ ପାଇଁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ଜରିଆରେ ବିଶିଷ୍ଟ କ୍ରୀଡ଼ା ଭିତ୍ତିଭୂମି ବିକାଶ ସଂସ୍ଥା 'ଏଲ୍.ଆର. ବ୍ରଦର୍ସ' କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଏହି ସଂସ୍ଥା ମୁମ୍ବାଇର ପ୍ରସିଦ୍ଧ ଓ୍ଵାଙ୍ଖେଡ଼େ ଷ୍ଟାଡିୟମର ପରିଚାଳନା ଦାୟିତ୍ୱରେ ମଧ୍ୟ ରହିଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande