ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା; ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ
ଝାରସୁଗୁଡା, ୨୪ ମାର୍ଚ୍ଚ (ହି.ସ.)- ସହରର ପରିମଳ ସେବା ଏବଂ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସମୀକ୍ଷା ସହ ଅନୁଧ୍ୟାନ କରିଛନ୍ତି । ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ବେଆଇନ ଜବରଦଖଲ ଓ ଅବ୍ୟବସ୍ଥିତ ପାର୍କିଂ ଯୋ
ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା; ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ


ଝାରସୁଗୁଡା, ୨୪ ମାର୍ଚ୍ଚ (ହି.ସ.)- ସହରର ପରିମଳ ସେବା ଏବଂ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସମୀକ୍ଷା ସହ ଅନୁଧ୍ୟାନ କରିଛନ୍ତି । ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ବେଆଇନ ଜବରଦଖଲ ଓ ଅବ୍ୟବସ୍ଥିତ ପାର୍କିଂ ଯୋଗୁଁ ସାଧାରଣ ଜନତା ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ କରିଥିଲେ lଏହି ଆଲୋଚନା ସମୟରେ ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଏବଂ ସହକାରୀ ଆର.ଟି.ଓ. ଉପସ୍ଥିତ ରହି ସହରର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ପରେ ଜିଲ୍ଲାପାଳ କିଷାନ ଚୌକରୁ ପ୍ରସନ୍ନ ପଣ୍ଡା ଚୌକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସମସ୍ତ ବେଆଇନ ଜବରଦଖଲକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ଉପରେ କୌଣସି ପ୍ରକାର ଅସ୍ଥାୟୀ ନିର୍ମାଣ ଯେପରି ଯାତାୟାତରେ ବାଧା ସୃଷ୍ଟି ନକରେ, ତାହା ନିଶ୍ଚିତ କରିବାକୁ ସେ ପୌରପାଳିକା କର୍ତ୍ତୃପକ୍ଷଙ୍କୁ କହିଛନ୍ତି ।ଏହାବ୍ୟତୀତ, ଟ୍ରାଫିକ ଶୃଙ୍ଖଳା ରକ୍ଷା କରିବା ପାଇଁ ବେଆଇନ ପାର୍କିଂ ଏବଂ ରାସ୍ତା ଉପରେ ଚାଲୁଥିବା ବିଭିନ୍ନ ଗ୍ୟାରେଜଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଓ ଗ୍ୟାରେଜ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଆଦାୟ କରିବାକୁ ସେ ସହକାରୀ ଆର.ଟି.ଓ.ଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ସହରର ପ୍ରତିଟି କୋଣରେ ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ରଖିବା ସହ ନିୟମିତ ସଫେଇ କାର୍ଯ୍ୟ ଜାରି ରଖିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande