ସିପିଆଇ ର କୋରାପୁଟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ : ଅପ୍ରେଲ ମାସ ବ୍ୟାପୀ ଘରକୁ ଘର ଯିବେ ସିପିଆଇ ନେତୃତ୍ଵ, ମଇ ମାସରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଆନ୍ଦୋଳନ
ଜୟପୁର, ୨୪ ମାର୍ଚ୍ଚ (ହି.ସ.)- ଭାରତୀୟ କମ୍ଯୁନିଷ୍ଟ ପାର୍ଟିର କୋରାପୁଟ ଜିଲ୍ଲା ପରିଷଦ ବୈଠକ କମ୍ରେଡ୍ କୁମର ଜିନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ କମ୍ରେଡ୍ ରାମ କୃଷ୍ଣ ଦାଶ ବିଗତ ତିନି ମାସର କାମଦାମର ବିବରଣୀ ଉପସ୍ଥାପନ କଲାପରେ ରାଜ୍ଯ କାର୍ଯ୍ୟକାରୀ କମିଟି ସଦସ୍ୟ କମ୍
ସିପିଆଇ ର କୋରାପୁଟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ: ଏପ୍ରିଲ ମାସ ବ୍ୟାପୀ ଘରକୁ ଘର ଯିବେ ସିପିଆଇ ନେତୃତ୍ଵ ମେ ମାସରେ ଗ୍ରାମ ପଞ୍ଚାୟତ ସ୍ତରୀୟ  ଆନ୍ଦୋଳନ।


ଜୟପୁର, ୨୪ ମାର୍ଚ୍ଚ (ହି.ସ.)- ଭାରତୀୟ କମ୍ଯୁନିଷ୍ଟ ପାର୍ଟିର କୋରାପୁଟ ଜିଲ୍ଲା ପରିଷଦ ବୈଠକ କମ୍ରେଡ୍ କୁମର ଜିନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ କମ୍ରେଡ୍ ରାମ କୃଷ୍ଣ ଦାଶ ବିଗତ ତିନି ମାସର କାମଦାମର ବିବରଣୀ ଉପସ୍ଥାପନ କଲାପରେ ରାଜ୍ଯ କାର୍ଯ୍ୟକାରୀ କମିଟି ସଦସ୍ୟ କମ୍ରେଡ୍ ପ୍ରମୋଦ ମହାନ୍ତି ଗତ ରାଜ୍ଯ ପରିଷଦର ନିର୍ଦ୍ଧାରଣ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଚଳିତ ବର୍ଷର ସଂଗୃହିତ ନବୀକରଣ ତୁରନ୍ତ ରାଜ୍ୟରେ ଦାଖଲ କରିବା, ଅପ୍ରେଲ ୫ ରେ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ରାଜ୍ୟସ୍ତରୀୟ କନଭେନସନରେ କୋରାପୁଟ ଜିଲ୍ଲା ପ୍ରତିନିଧିଙ୍କ ଯୋଗଦାନ, ଅପ୍ରେଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ସିପିଆଇ ନେତୃତ୍ଵ ଗାଁ କୁ ଗାଁ ଘରକୁ ଘର ଯାଇ କେଉଁ କେଉଁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ତାହା ଶୁଣିବେ ତାଲିକା ପ୍ରସ୍ତୁତ କରିବେ ଓ ମଇ ମାସରେ ଗ୍ରାମପଞ୍ଚାୟତ ସ୍ତରରେ ଆନ୍ଦୋଳନ କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ଏହି ବୈଠକରେ ସିପିଆଇ ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ସିପିଆଇ ର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ବୈଠକରେ ପୁର୍ବତନ ଜିଲ୍ଲା ସମ୍ପାଦକ କମ୍ରେଡ୍ ଯୁଧିଷ୍ଠିର ରାଉଳ, ସିପିଆଇ ଜିଲ୍ଲା ସହ ସମ୍ପାଦକ ଵୁଦୁରା ଵଡ଼ନାୟକ, କୁରୁମ ନାଥ ଭତ୍ରା, ପୁର୍ଣ୍ଣଚନ୍ଦ୍ର ସୁର, ତିରୁପତି ଭତ୍ରା,ବଳରାମ ନାଏକ, ମାଧବ ଜାନୀ, ସୁନୀତା ନାଗ, ନନ୍ଦ ହରିଜନ, ରୁପଧର ପୁଜାରୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ବୈଠକ ଆରମ୍ଭରେ ଶତାୟୁ ସିପିଆଇ ନେତା ଆର ନଲାକାନ୍ନୁ, ସୋମନାଥ ପାତ୍ର, ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନ ର ନିହତ ସର୍ଵମାନ୍ଯ ନେତା ଆୟୋତୋଲ୍ଲା ଅଲ୍ଲି ଖାମେନେଇ ଏଵଂ ଯୁଦ୍ଧରେ ନିହତ ଗ୍ରାମବାସୀ ଓ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଆଇସିୟୁରେ ପୋଡ଼ିଯାଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande