
ନୂଆଦିଲ୍ଲୀ,୨୪ ମାର୍ଚ୍ଚ(ହି.ସ.) – ଭାରତ ନିର୍ବାଚନ ଆୟୋଗ(ଇସିଆଇ) ଆଗାମୀ ବିଧାନସଭା ନିର୍ବାଚ ଏବଂ ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି) ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ମଙ୍ଗଳବାର ଦିନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ କରାଯାଇଛି, ଯେଉଁଥିରେ ଅର୍ନ୍ତରାଜୀୟ ସୀମା ସୁରକ୍ଷା ଏବଂ ନିର୍ବାଚନ ଶୁଚିତା ଉପରେ ବିଶେଷ ବଳ ଦିଆଯାଇଥିଲା। ବୈଠକରେ ଜ୍ଞାନେଶ କୁମାରଙ୍କ ସହିତ ନିର୍ବାଚନ ଆୟୁକ୍ତ ଡା. ଏସ୍.ଏସ୍. ସଂଧୁ ଏବଂ ଡା. ବିବେକ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ।
ନିର୍ବାଚନ ଆୟୋଗ ଆସାମ, କେରଳ, ପୁଡ଼ୁଚେରୀ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ହେଉଥିବା ଆଗାମୀ ସାଧାରଣ ନିର୍ବାଚନ ସହିତ ୬ ଅନ୍ୟ ରାଜ୍ୟରେ ହେବାକୁଥିବା ଉପ ନିର୍ବାଚନର ସ୍ଥିତିର ସମୀକ୍ଷା କରିଥିଲେ। ବୈଠକରେ ଏହି ୫ ନିର୍ବାଚନୀ ରାଜ୍ୟ ଏବଂ ତାଙ୍କ ୧୨ ପଡ଼ୋଶୀ ରାଜ୍ୟର ମୁଖ୍ୟ ସଚିବ, ପୋଲିସ୍ ମହାନିର୍ଦ୍ଦେଶକ(ଡିଜିପି) ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀମାନେ(ସିଇଓ) ଭାଗ ନେଇଛନ୍ତି।
ଆୟୋଗ ନିର୍ବାଚନୀ ରାଜ୍ୟରେ ଶାନ୍ତି ବନାଇ ରଖିବା ପାଇଁ ସୀମାବର୍ତି ଜିଲ୍ଲାକୁ ସିଲ୍ କରିବା ଏବଂ ଅର୍ନ୍ତରାଜୀୟ ଚେକ୍ପୋଷ୍ଟରେ ତଦାରଖ ବଢ଼ାଇବାକୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଅବୈଧ ଟଙ୍କା, ମଦ, ନିଶା ପଦାର୍ଥ ଏବଂ ଅସ୍ତ୍ରଶସ୍ତ୍ରର ଚାଲାଣ ରୋକିବା ପାଇଁ ପ୍ରବର୍ତନ ଏଜେନ୍ସିକୁ ଆଲର୍ଟରେ ରଖାଯାଇଛି। ନିର୍ବାଚନୀ ରାଜ୍ୟ ଏବଂ ତାଙ୍କ ପଡ଼ୋଶୀ ରାଜ୍ୟ ମଧ୍ୟରେ ଉତମ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଅଧିକାରୀଙ୍କୁ ନିଜମଧ୍ୟରେ ସୂଚନା ସ୍ପଷ୍ଟ କରିବାକୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି