ଲୋୟର ଇନ୍ଦ୍ର ପ୍ରକଳ୍ପରେ ମାଛ ଓ ଚିଙ୍ଗୁଡ଼ି ଯାଆଁଳା ଗଚ୍ଛିତ କାର୍ଯ୍ୟକ୍ରମ
ନୂଆପଡା, ୨୪ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ନବଗଠିତ ମା ଇନ୍ଦ୍ରାଦେଇ ବହୁମୁଖୀ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଲିମିଟେଡ୍, ପେଣ୍ଡ୍ରାବନ୍ଧ” ମାଧ୍ୟମରେ ମାଛ ଆଙ୍ଗୁଳିକା ଓ ଚିଙ୍ଗୁଡ଼ି ଯାଆଁଳା ଗଚ୍ଛିତ କାର୍ଯ୍ୟକ୍ରମ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍
Machha o chingudi jaala


ନୂଆପଡା, ୨୪ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ନବଗଠିତ ମା ଇନ୍ଦ୍ରାଦେଇ ବହୁମୁଖୀ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଲିମିଟେଡ୍, ପେଣ୍ଡ୍ରାବନ୍ଧ” ମାଧ୍ୟମରେ ମାଛ ଆଙ୍ଗୁଳିକା ଓ ଚିଙ୍ଗୁଡ଼ି ଯାଆଁଳା ଗଚ୍ଛିତ କାର୍ଯ୍ୟକ୍ରମ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ସଫଳତାର ସହ ଆଜି ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୁଦନ ଦାଶ, ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ, ଖଡିଆଳ, କୋମନା ଓ ବୋଡେନ ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ, ପଞ୍ଚାୟତ ସମିତି ଖଡିଆଳ ଓ କୋମନା ବ୍ଲକ୍ର ଅଧ୍ୟକ୍ଷା ମାନେ ଏବଂ ଖଡ଼ିଆଳ ବିଧାୟକଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମବାୟ ସମିତିର ସଦସ୍ୟମାନେ ଲୋୟର ଇନ୍ଦ୍ର ପ୍ରକଳ୍ପର ବୋଲଧା, କୋଟାମାଲ, ବିରୁଣପଦର, ପେଣ୍ଡ୍ରାବନ୍ଧ ବ୍ରିଜ୍, ବେଲଗାଁ ଓ ହରିପୁରର ମିଳିତ ୬ଟି ବିଭିନ୍ନ ଅଞ୍ଚଳରେ ମାଛ ଅଙ୍ଗୁଳିକା ଓ ଚିଙ୍ଗୁଡ଼ି ଯାଆଁଳା ଛାଡ଼ିବା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୭ ଜଣ ପ୍ରବାସୀ ଶ୍ରମିକଙ୍କୁ ମାଛ ଧରିବା ଜାଲ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମିତି ଗଠନ ପରେ ସେମାନେ ଅନ୍ୟ ରାଜ୍ୟକୁ ପ୍ରବାସ ଯିବା ବନ୍ଦକରି ସ୍ଥାନୀୟ ଭାବେ ମତ୍ସ୍ୟଚାଷ ମାଧ୍ୟମରେ ନିଜ ଜୀବିକା ଉନ୍ନତ କରୁଛନ୍ତି ବୋଲି ସୂଚନା ମିଳିଛି। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଏହି ପ୍ରକଳ୍ପ ମାଧ୍ୟମରେ ଆସନ୍ତା ବର୍ଷଗୁଡ଼ିକରେ ମତ୍ସ୍ୟଜୀବୀ ମାନଙ୍କର ଆୟ ବୃଦ୍ଧି ପାଇବ ଏବଂ ପ୍ରବାସୀ ଶ୍ରମିକ ପ୍ରଥାର ନିରାକରଣ ହେବ I

ଏଥିସହିତ ଲୋୟର ଇନ୍ଦ୍ର ଜଳଭଣ୍ଡାରରେ ମାଛ ଉତ୍ପାଦନ ଓ ବିକ୍ରୟ କରି ମତ୍ସ୍ୟଜୀବୀ ମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଆମର ଲକ୍ଷ୍ୟ। ସେ ଆହୁରି କହିଥିଲେ ଯେ, ତିଖାଲି ଡ୍ୟାମ୍ କୁ ଏକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ ଏବଂ ଆଗାମୀ ଦିନରେ ଏହାର ବହୁମୁଖୀ ଉନ୍ନତି କରାଯିବ। ଏହା କେବଳ ଏକମାତ୍ର ଯାଆଁଳା ଗଚ୍ଛିତ କାର୍ଯ୍ୟକ୍ରମ ନୁହେଁ, ଭବିଷ୍ୟତରେ ଅନେକ ପର୍ଯ୍ୟାୟରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳା ଗଚ୍ଛିତ ଓ ଅଭିବୃଦ୍ଧି କରାଯିବ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ କହିଥିଲେ ଯେ, ଆସନ୍ତା ବର୍ଷମାନଙ୍କରେ ନୂତନ ପ୍ରଯୁକ୍ତି ବିଦ୍ୟା ଆପଣେଇ ଜଳାଶୟର ସର୍ବାଧିକ ବ୍ୟବହାର କରାଯାଇ ମାଛ ଉତ୍ପାଦନ ବୃଦ୍ଧି କରାଯିବ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande