
ଜୟପୁର, ୨୪ ମାର୍ଚ୍ଚ (ହି.ସ.) - ଜୟପୁର ରାମ ନବମୀ ପାଳନ ପୂର୍ବରୁ କୋରାପୁଟ ଜିଲ୍ଲା ପୋଲିସ ତରଫରୁ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ନେଇ ଫ୍ଲାଗ୍ ମାର୍ଚ୍ଚ କରିଛି । ଆସନ୍ତା ରାମ ନବମୀ ଉତ୍ସବକୁ ଦୃଷ୍ଟିରେ ରଖି, ଜିଲ୍ଲା ପୋଲିସ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ବାସିନ୍ଦାଙ୍କ ମଧ୍ୟରେ ସୁରକ୍ଷା ଏବଂ ଆତ୍ମବିଶ୍ୱାସ ଭାବନା ସୃଷ୍ଟି କରିବା ପାଇଁ ଆଜି ଜୟପୁର ସହରର ଏକ ଫ୍ଲାଗ୍ ମାର୍ଚ୍ଚ ଆୟୋଜନ କରିଥିଲା। ଏହି ଫ୍ଲାଗ ମାର୍ଚ ବରିଷ୍ଠ ପୋଲିସ ଅଧିକାରୀ, ବିଏସଏଫ, ଏବଂ ଏଥିରେ ସଶସ୍ତ୍ର ବାହିନୀ ସମେତ ପୋଲିସ କର୍ମଚାରୀଙ୍କ ଏକ ଦୃଢ଼ ଦଳ ଅଂଶଗ୍ରହଣ କରିଥିଲା। ଶୋଭାଯାତ୍ରା ସହରର ସମ୍ବେଦନଶୀଳ ଏବଂ ଘନ ଜନବସତି ଅଂଚଳ ଦେଇ ଗତି କରିଥିଲା । ଯାହା ପ୍ରଶାସନ ଦ୍ୱାରା ସତର୍କତା ଏବଂ ପ୍ରସ୍ତୁତିର ଏକ ସ୍ପଷ୍ଟ ବାର୍ତା ଦେଇଥିଲା। ଜୟପୁର ପାୱାର ହାଉସ ଛକ ଠାରୁ ଏହି ପ୍ଲାଗ ମାର୍ଚ୍ଚ ବାହାରି ମୁଖ୍ୟ ରାସ୍ତା ଦେଇ ଦଶହରା ପଡ଼ିଆରେ ଠାରେ ପହଁଚି ଥିଲା । କୋରାପୁଟ ଡ଼ିଅଇଜି ମଧ୍ୟ୍ୟ ସମୀକ୍ଷା କରିଥିଲେ । ରାମ ନବମୀ ରେ ୧୩ ପ୍ଲାଟୁନ ପୋଲିସ ମୁତୟନ ହେବା ଶହ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ସିସି କ୍ୟାମେରାର ନଜର ରେ ଶୋଭାଯାତ୍ରା ରେ ରହିବ ବୋଲି ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି । ଫ୍ଲାଗ ମାର୍ଚ୍ଚ ରେ ପୋଲିସ ଅଧିକାରୀ ମାନେ ଉପ ସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି