
କେନ୍ଦ୍ରାପଡା, ୨୪ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର ସଭାପତି ପ୍ରଭାକର ପଲାଇଙ୍କ ନେତୃତ୍ୱରେ ଯାଦବ ମହାସଭାର ଶତାଧିକ ସଭ୍ୟ ବରଗଡ ଠାରେ ଅନୁଷ୍ଠିତ ଉତ୍କଳ ଯାଦବ ମହାସଭା ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇଛନ୍ତି । ବରଗଡ ଠାରେ କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ ଯାଦବ ଭବନକୁ ସମଗ୍ର ଜାତି ଉଦ୍ଦେଶ୍ୟରେ ଉଦ୍ଘାଟିତ ହେବାସହ ଉତ୍ସର୍ଗୀକୃତ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଯାଦବ ମହାସଭାର ସଭାପତି ଶ୍ରୀ ପଲ୍ଲାଇଙ୍କ ନେତୃତ୍ୱରେ ରାଜ୍ୟ ଉପସଭାପତି ମନୋଜ ପରିଡା, ଜିଲ୍ଲା ସମ୍ପାଦକ ଚିନ୍ମୟ ଦାସ, କୋଷାଧ୍ୟକ୍ଷ ନବକିଶୋର ଦାସ, ନାରୀନେତ୍ରୀ ରୀନାରାଣୀ ଦାସ, ଜିଲ୍ଲା ସଦସ୍ୟ ଶରତ ଦାସ ଓ ଶିଶିର କୁମାର ପରିଡାଙ୍କ ସମେତ ସାତଜଣିଆ ପ୍ରତିନିଧି ମଣ୍ଡଳ ଉକ୍ତ ସମାବେଶରେ ଯୋଗ ଦେଇଥିଲେ । ଏହି ସମାବେଶରେ ରାଜ୍ୟ ଏବଂ ରାଜ୍ୟବାହାରୁ ଯାଦବ ମହାସଭାର ୩୪ଟି ସାଙ୍ଗଠନିକ କର୍ମକର୍ତ୍ତା ଯୋଗଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି