ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସମୀକ୍ଷା ବୈଠକ: ବ୍ୟାଙ୍କ ଲିଙ୍କେଜରେ ୧୦୩% ସଫଳତା
ନୂଆପଡ଼ା, ୨୪ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ୍) ଓ ମିଶନ ଶକ୍ତିର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୩.୦୩.୨୦୨୬ ପର୍ୟ୍ୟନ୍ତ ବ୍ୟାଙ୍କ ଲିଙ୍କେଜ ସ୍ଥିତି
Jibika mission samiksha


ନୂଆପଡ଼ା, ୨୪ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ୍) ଓ ମିଶନ ଶକ୍ତିର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୩.୦୩.୨୦୨୬ ପର୍ୟ୍ୟନ୍ତ ବ୍ୟାଙ୍କ ଲିଙ୍କେଜ ସ୍ଥିତି ଓ ଅନ୍ୟାନ୍ୟ କାର?୍ୟ୍ୟାବଳୀର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ସମୁଦାୟ ୫୪୪୦ ଟି ପ୍ରକଳ୍ପ ଲକ୍ଷ୍ୟ ଥିଲାବେଳେ ୫୬୪୧ ଟି (୧୦୩ ପ୍ରତିଶତ) ସଫଳତା ହାସଲ କରାଯାଇଛି କ୍ଷ ଏହାସହ ୨୨୧ କୋଟି ୫୪ ଲକ୍ଷ ଟଙ୍କା ଆରô୍ଥକ ଲକ୍ଷ୍ୟ ଥିଲାବେଳେ ୨୮୬ କୋଟି ୬ ଲକ୍ଷ ଟଙ୍କା ବିତରଣ କରାଯାଇଛି ଯାହାକି ସମୁଦାୟ ଟାର୍ଗେଟ ର ୧୨୯.୧୨ ପ୍ରତିଶତ ଅଟେ। ଜିଲ୍ଲାପାଳ ବୈଠକରେ ସମସ୍ତ ଯୋଜନାରେ ୧୦୦ ପ୍ରତିଶତ ସଫଳତା ହାସଲ କରିବାକୁ ଓ ନୂଆପଡ଼ା ଜିଲ୍ଲାକୁ ରାଜ୍ୟରେ ନମ୍ବର–୧ କରିବାକୁ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ସେ ବ୍ୟାଙ୍କ ଲିଙ୍କେଜକୁ ଆହୁରି ସୁଦୃଢ଼ କରିବାକୁ ମଧ୍ୟ ଜୋର ଦେଇଥିଲେ। ଏହି ଅବସରରେ ଦୁଇଜଣ “ଲକ୍ଷପତି ଦିଦି” ଜାନକୀ ରାଉତ (ଜୟ ହନୁମାନ ଏସ୍ଏଚ୍ଜି, ଇଚ୍ଛାପୁର) ଓ ପୂଜା ନିଆଳ (ମା’ ତାରିଣୀ ଏସ୍ଏଚ୍ଜି, କାଣ୍ଡେତରା)ଙ୍କୁ ସମ୍ମାନିତ କରାଯାଇଥିଲା।

ବୈଠକରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ୍ ବ୍ୟାଙ୍କ ମ୍ୟାନେଜର୍ ହରିଶଙ୍କର ନିଆଲ, ବ୍ଲକ୍ ପ୍ରକଳ୍ପ ସଂଯୋଜକ ଧନୀରାମ ସବର ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande