ମୃର୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ
ନୂଆପଡ଼ା,୨୪ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲା ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ବୈଠକ ଆରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ରଶ୍ମିରଞ୍ଜନ ପାତ୍ର ସ
Mrutika bibhag samikya


ନୂଆପଡ଼ା,୨୪ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲା ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ବୈଠକ ଆରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ରଶ୍ମିରଞ୍ଜନ ପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଭାଗୀୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସହକାରୀ ନିର୍ଦ୍ଦେଶକ ମୃତିକା ସଂରକ୍ଷଣ ଅଧିକାରୀ ସ୍ୱୟଂପ୍ରଭା ସିଂହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା ପ୍ରଧାନମନ୍ତ୍ରୀ କୃଷି ସିଂଚାୟୀ ଯୋଜନା, ବୃଷ୍ଟି ପୃଷ୍ଟ ଅଂଚଳ ବିକାଶ ଯୋଜନା, ଜଳଧାରା ଯୋଜନା, ମନରେଗା, କୃଷିବନୀକରଣ ଯୋଜନାରେ ହୋଇଥିବା ୬୩ ହେକ୍ଟର ଚାରା ରୋପଣ ଓ ଅଦ୍ୟାବଧି ସମସ୍ତ ଯୋଜନାର ପ୍ରଗତି ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଜଳଧାରା ଯୋଜନାରେ ୧୩୦ ଗୋଟି ପୋଖରୀ ଖନନ କାର୍ଯ୍ୟ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମନରେଗା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ବୃଷ୍ଟି ପୃଷ୍ଟ ଅଂଚଳର ବିକାଶ ଯୋଜନା ରେ ସମସ୍ତ ୩୧୪ ଜଣ ହିତାଧିକାରୀଙ୍କ ସହାୟତା ରାଶିକୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପାଂଚଟି ବ୍ଲକର ପାଂଚ ଜଣ ସଫଳ ଚାଷୀଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ମାର୍ଚ୍ଚ ମାସ ପାଇଁ ବିଭାଗୀୟ କର୍ମଚାରୀ ବିପ୍ଲ୍ୱ ଧରୁଆଙ୍କୁ ଶ୍ରେଷ୍ଠ କ୍ଷେତ୍ର କର୍ମଚାରୀ ଭାବରେ ସମ୍ମାନୀତ କରାଯାଇଥିଲା । ବୈଠକରେ ଦେବବ୍ରତ ବିଶ୍ୱାଳ (ସହକାରୀ ନିର୍ଦ୍ଦେଶକ ମୃତିକା ସଂରକ୍ଷଣ), ଦ୍ୱେପ୍ରିୟ ପାଣିଗ୍ରାହୀ (ସହକାରୀ ମୃତିକା ସଂରକ୍ଷଣ ଅଧିକାରୀ), ଦେବେନ୍ଦ୍ର କୁମାର ନାୟକ (ସହକାରୀ ମୃତିକା ସଂରକ୍ଷଣ ଅଧିକାରୀ) ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande