ନଳଗୋହିରା ଶିକ୍ଷା ବିକାଶ ମଂଚ ଏବଂ ମାଇଁ ଭାରତ ସଞ୍ଜୁକ୍ତ ପ୍ରୟାସରେ ପଦଯାତ୍ରା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ
ଭଦ୍ରକ, ୨୪ ମାର୍ଚ୍ଚ (ହି.ସ.) - ନଳଗୋହିରା ଶିକ୍ଷା ବିକାଶ ମଂଚ ଏବଂ ମାଇଁ ଭାରତର ସଞ୍ଜୁକ୍ତ ପ୍ରୟାସରେ ନଳଗୋହିରାରେ ଏକ ସଚେତନତା ପଦଯାତ୍ରା ସହିତ ଏକ ସ୍ୱଚ୍ଛତା କାର୍ଯ୍ୟ କ୍ରମ ଅନୁଷ୍ଠିତ। ନଳଗୋହିରା ଶିକ୍ଷା ବିକାଶ ମଂଚ ସଂଗଠନର ଉପଦେଷ୍ଟା କାହ୍ନୁ ଚରଣ ପରିଡ଼ା ସହିଦ ଦିବସ ଅବସରରେ ସ୍ଥାନୀୟ ଅଂଚଳର
NALAGOHIRA SIKHYA BIKASH MANCHA


ଭଦ୍ରକ, ୨୪ ମାର୍ଚ୍ଚ (ହି.ସ.) - ନଳଗୋହିରା ଶିକ୍ଷା ବିକାଶ ମଂଚ ଏବଂ ମାଇଁ ଭାରତର ସଞ୍ଜୁକ୍ତ ପ୍ରୟାସରେ ନଳଗୋହିରାରେ ଏକ ସଚେତନତା ପଦଯାତ୍ରା ସହିତ ଏକ ସ୍ୱଚ୍ଛତା କାର୍ଯ୍ୟ କ୍ରମ ଅନୁଷ୍ଠିତ। ନଳଗୋହିରା ଶିକ୍ଷା ବିକାଶ ମଂଚ ସଂଗଠନର ଉପଦେଷ୍ଟା କାହ୍ନୁ ଚରଣ ପରିଡ଼ା ସହିଦ ଦିବସ ଅବସରରେ ସ୍ଥାନୀୟ ଅଂଚଳର ଶତାଧିକ ଯୁବକ ଓ ଛାତ୍ରଛାତ୍ରୀଙ୍କ ସହଭାଗୀତାରେ ଏକ ବିଶାଳ ପଦଯାତ୍ରା ଆୟୋଜନ କରିଥିଲେ। ପଦଯାତ୍ରା ପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା।ସଭାପତି ମନୋରଞ୍ଜନ ରାଉତ ସ୍ଥାନୀୟ ଯୁବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେ କହିଥିଲେ, ସମାଜ ଗଢ଼ିବାରେ ଯୁବସମାଜର ଭୂମିକା ଅତ୍ୟନ୍ତ ମୂଲ୍ୟବାନ, ତେଣୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଛାତ୍ରଯୁବମାନଙ୍କର ସକ୍ରିୟ ଅଂଶଗ୍ରହଣ ଅତ୍ୟାବଶ୍ୟକ। ଏହି ଅବସରରେ ଅମରେଶ ପରିଡ଼ା, ସୌରଭ ରାଉଳ, ରଂଜିବ ନାୟକ, ଆକାଶ ସାମଲ, ଶୁଭେନ୍ଦୁ ବେହେରା, ଅଂଶୁମାନ ମହାନ୍ତି, ମନୋଜ ମହାନ୍ତି, ସୁବ୍ରତ ପରିଡ଼ା, ଶଙ୍କର ସେଠୀ, ଶୁଭାଶିଷ ସାହୁ, ସୁନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ସମ୍ମିଳନୀ ଶେଷରେ ସଂଗଠନ ପକ୍ଷରୁ ସମସ୍ତ ଯୁବ ଓ ଛାତ୍ରଛାତ୍ରୀଙ୍କୁ ଏହି ସମାଜମୁଖୀ କାର୍ଯ୍ୟକ୍ରମରେ ସ୍ୱେଛାକୃତ ଭାବେ ସାମିଲ ହୋଇ ସହିଦମାନଙ୍କ ପ୍ରତି ସମ୍ମାନ ଜଣାଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande