
ଭଦ୍ରକ, ୨୪ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ଉପଲକ୍ଷେ ଷଷ୍ଠରୁ ନବମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ଓଡ଼ିଶା ସମ୍ବଦ୍ଧୀୟ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗୀତା ମଙ୍ଗଳବାର ପୂର୍ବାହ୍ନ୧୦ଟାରେ ସାଳନ୍ଦୀ ହସ୍ପିଟାଲ ଆନୂକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏହି ପ୍ରତିଯୋଗୀତାକୁ ସାଳନ୍ଦୀ ହସ୍ପିଟାଲ ସତ୍ୱାଧିକାରୀ ଡା. ପ୍ରଭାସ କୁମାର ମହାନ୍ତି ପରିଚାଳନା କରିଥିଲେ। ସଂଗୀତ ଗୁରୁ ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ବିଭୁତି ଭୂଷଣ ପଣ୍ଡା, କୃଷ୍ଣ ପ୍ରସାଦ ସାହୁ, ଆରତୀ ମହାନ୍ତି, ରମାକାନ୍ତ ଜେନା ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ। କନିଷ୍ଠ ବିଭାଗରେ ଡ଼ି.ଏ.ଭି. ଏମ.ଏମ. ପବ୍ଲିକ ସ୍କୁଲ, ଇଛାପୁରର ରିୟାଂଶିକା ମହାନ୍ତି ପ୍ରଥମ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନରସିଂହପୁରର ଅନ୍ୟନ୍ୟା ସାହୁ ଏବଂ ମିଶନ ପବ୍ଲିକ ସ୍କୁଲର ସାଇ ପ୍ରଭା ମଲ୍ଲିକ ଯୁଗ୍ମ ଭାବେ ଦି୍ୱତୀୟ, କେ.ସି. ହାଇସ୍କୁଲ, ଉତ୍ତର ବାହିନୀର ଛାତ୍ରୀ କ୍ରୀଷ୍ଣାରାଣୀ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବରିଷ୍ଠ ବର୍ଗରେ ସରକାରୀ ଉଚ୍ଚବିଦ୍ୟାଳୟ, ବେତଡ଼ାର ସାଇ ବିସ୍ମୟ ପାଢ଼ୀ ପ୍ରଥମ, ଫଛାଲୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭଲକ୍ଷ୍ମୀ ଖଟୁଆ ଦ୍ୱିତୀୟ ଓ ଏସ.ଏ.ଜି ନୋଡ଼ାଲ ହାଇସ୍କୁଲର ପ୍ରଜ୍ଞା ପ୍ରଜୋଲିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗୀତାରେ ଜିଲ୍ଲାରୁ ଶତାଧିକ ଛାତ୍ରଛାତ୍ରୀ ଭାଗନେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀ କାର୍ତିକ ଚନ୍ଦ୍ର ମଣ୍ଡଳଙ୍କ ସହିତ ବିଭାଗୀୟ କର୍ମଚାରୀମାନେ ଏହି ପ୍ରତିଯୋଗୀତା ପରିଚାଳନାରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ