ରାଜ୍ୟ ଅଗ୍ନିଶମ ଡିଜିଙ୍କ ବୁର୍ଲା ଭିମସାର ପରିଦର୍ଶନ : ଅଗ୍ନି ନିରାପତା ବ୍ୟବସ୍ଥାର କଲେ ସମୀକ୍ଷା
ସମ୍ବଲପୁର,୨୪ ମାର୍ଚ୍ଚ(ହି.ସ.) – ଓଡ଼ିଶା ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ମଙ୍ଗଳବାର ଦିନ ସମ୍ବଲପୁର ଗସ୍ତରେ ଆସି ବୁର୍ଲାସ୍ଥିତ ଭିମସାର ପରିଦର୍ଶନ କରିଛନ୍ତି। ଏଥି ସହ ଏଠାରେ ଅଗ୍ନି ନିରାପତାର ବ୍ୟବସ୍ଥାର ଅନୁଧ୍ୟାନ ପରେ ସମୀକ୍ଷା କରିଛନ୍ତି। ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସ
ରାଜ୍ୟ ଅଗ୍ନିଶମ ଡିଜିଙ୍କ ବୁର୍ଲା ଭିମସାର ପରିଦର୍ଶନ :  ଅଗ୍ନି ନିରାପତ୍ତା ବ୍ୟବସ୍ଥାର କଲେ ସମୀକ୍ଷା


ରାଜ୍ୟ ଅଗ୍ନିଶମ ଡିଜିଙ୍କ ବୁର୍ଲା ଭିମସାର ପରିଦର୍ଶନ :  ଅଗ୍ନି ନିରାପତ୍ତା ବ୍ୟବସ୍ଥାର କଲେ ସମୀକ୍ଷା


ରାଜ୍ୟ ଅଗ୍ନିଶମ ଡିଜିଙ୍କ ବୁର୍ଲା ଭିମସାର ପରିଦର୍ଶନ :  ଅଗ୍ନି ନିରାପତ୍ତା ବ୍ୟବସ୍ଥାର କଲେ ସମୀକ୍ଷା


ରାଜ୍ୟ ଅଗ୍ନିଶମ ଡିଜିଙ୍କ ବୁର୍ଲା ଭିମସାର ପରିଦର୍ଶନ :  ଅଗ୍ନି ନିରାପତ୍ତା ବ୍ୟବସ୍ଥାର କଲେ ସମୀକ୍ଷା


ସମ୍ବଲପୁର,୨୪ ମାର୍ଚ୍ଚ(ହି.ସ.) – ଓଡ଼ିଶା ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ମଙ୍ଗଳବାର ଦିନ ସମ୍ବଲପୁର ଗସ୍ତରେ ଆସି ବୁର୍ଲାସ୍ଥିତ ଭିମସାର ପରିଦର୍ଶନ କରିଛନ୍ତି। ଏଥି ସହ ଏଠାରେ ଅଗ୍ନି ନିରାପତାର ବ୍ୟବସ୍ଥାର ଅନୁଧ୍ୟାନ ପରେ ସମୀକ୍ଷା କରିଛନ୍ତି। ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ର ଅଗ୍ନି ନିରାପତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଅବସରରେ ଭିମସାରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିଜି ଡ. ଷଢ଼ଙ୍ଗୀ ଅଗ୍ନି ନିରାପତା କ୍ଷେତ୍ରରେ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ସହ ସମସ୍ତ ନିରାପତାମୂଳକ ପଦକ୍ଷେପ, ଆଧୁନିକ ଅଗ୍ନିଶମ ଉପକରଣର ବ୍ୟବହାର ଏବଂ ସାଂଗଠନିକ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେଥିମଧ୍ୟରେ ପ୍ରାକୃତିକ ବୁଦ୍ଧିମତା(ଏଆଇ) କ୍ୟାମେରାର ବ୍ୟବହାର, ବିଦ୍ୟୁତ୍ ସରଞ୍ଜାମର ସୁରକ୍ଷା, କର୍ମଚାରୀଙ୍କୁ ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେହିପରି ଅଗ୍ନିକାଣ୍ଡ ଅଗ୍ନିକାଣ୍ଡ ଜନିତ ଜରୁରୀକାଳୀନ ପରିସ୍ଥିତିର ଏହାର ମୁକାବିଲା ଏବଂ ବୈଷୟିକ ପ୍ରସ୍ତୁତିକୁ ଅଧିକ ସମନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ନିଜ ବକ୍ତବ୍ୟରେ ସେ କହିଲେ ଭିମସାର ଏକ ବହୁ ପୁରୁଣା ଅନୁଷ୍ଠାନ। ଏଠାରେ ଥିବା ୨୦ଟି କୋଠା ମଧ୍ୟରୁ କିଛି କୋଠା ବହୁ ପୁରୁଣା ଶୈଳିରେ ନିର୍ମାଣ ହୋଇଛି। ତେଣୁ ଏହି ପୁରୁଣା କୋଠା ଗୁଡ଼ିକରେ ୨୦୧୭ ଅଗ୍ନି ନିରାପତା ନିୟମ ଅନୁସାରେ ଆବଶ୍ୟକୀୟ ସଂସ୍କାର ଆଣିବା ପାଇଁ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ସୁରକ୍ଷିତ ରୋଗୀ ସେବା ଯୋଗାଇବା ପାଇଁ ଅଗ୍ନିଶମ ବିଭାଗ ଓ ଭିମସାର କର୍ତୃପକ୍ଷ ମିଳିତ ଭାବେ କାର୍ଯ୍ୟ କରିବାକୁ ଡିଜି ଡ. ଷଢ଼ଙ୍ଗୀ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଅଗ୍ନିଶମ ସେବା ଡିଜି ବିଭାଗୀୟ କୋଠା ଗୁଡିକ ବୁଲି ଦେଖିବା ସହ ସେଠାରେ ଥିବା ଅଗ୍ନି ନିରାପତା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଯେଉଁ ସବୁ ବିଲଡିଂରେ ତୁରନ୍ତ ସଂସ୍କାରର ଆବଶ୍ୟକ ରହିଛି, ସେଠାରେ କାର୍ଯ୍ୟ ଆରମ୍ଭ ହୋଇଛି ଏଥିସହ ଦୀର୍ଘକାଳୀନ ଭିତିରେ କିଛି ନୂତନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡଃ. ଷଡ଼ଙ୍ଗୀ ସୂଚନା ଦେଇଥିଲେ। ବ୍ୟୟବହୁଳ ସଂସ୍କାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଅନୁମୋଦନ କରାଯାଇଛି, ଯାହାକି ପୂର୍ତ ବିଭାଗ ମାଧ୍ୟମରେ ଏହି କାର୍ଯ୍ୟ ଗୁଡିକ କରାଯିବ। ସେହିପରି ଡିଡିଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏଣିକି ଭିମସାରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା ପ୍ରାକୃତିକ ବୁଦ୍ଧିମତା(ଏଆଇ) ବେସଡ୍ କ୍ୟାମେରାର ସହାୟତା ନିଆଯିବ। ଏହି ସ୍ୱତନ୍ତ୍ର କ୍ୟାମେରା ଗୁଡ଼ିକ ଅଗ୍ନିକାଣ୍ଡର ପୂର୍ବାଭାଷ ଚିହ୍ନଟ କରିବାରେ ସକ୍ଷମ ହେବ। ତେଣୁ ପୂର୍ବରୁ ଲାଗିଥିବା କ୍ୟାମେରା ସ୍ଥାନରେ ଅତ୍ୟାଧୁନିକ କ୍ୟାମେରା ଖଞ୍ଜାଯିବ। ଏହାସହିତ ୨୦୧୭ ଅଗ୍ନି ନିରାପତା ନିୟମ ଅନୁଯାୟୀ ପୁରୁଣା ବିଲଡିଂ ଗୁଡ଼ିକରେ ର୍ୟାମ୍ପ ନିର୍ମାଣ, ଅଗ୍ନି ନିର୍ବାପକ ଯନ୍ତ୍ର ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ରୋଗୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବୋନ୍ଦର ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ଏହି ସମୀକ୍ଷା ବୈଠକରେ ଉତରାଂଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୂ, ଭିମସାର ନିର୍ଦ୍ଦେଶକ ପ୍ରଫେସର ଡା. ଲଲମୋହନ ନାୟକ, ଭିମସାର ଅଧ୍ୟକ୍ଷ ପ୍ରଫେସର ଡା. ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଭିମସାର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସମେତ, ଅଗ୍ନିଶମ ବିଭାଗ ଅଧିକାରୀ, ପୂର୍ତ ବିଭାଗ ଅଧିକାରୀ, ଟିପିଡବ୍ଲ୍ୟୁଓଡିଏଲ ଏବଂ ଜିଇଡି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande