
ଆସ୍ଥା ଓ ପୁରାଣର ମାନ୍ୟତାରେ ଜଡିତ ଅଦ୍ଭୁତ ପରମ୍ପରା, ଭାରତର
ଆଧ୍ୟାତ୍ମିକ ଶକ୍ତି ଓ ସନାତନ ମୂଲ୍ୟର ଜୀବନ୍ତ ଉତ୍ସବ ହେଉଛି ରାମନବମୀ
ଅଯୋଧ୍ୟା, 24 ମାର୍ଚ୍ଚ (ହି.ସ.)- ମର୍ଯ୍ୟାଦା, ଧର୍ମ ଓ ଆଦର୍ଶର ପ୍ରତୀକ ଭଗବାନ୍ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ
ପାଳିତ ହେଉଥିବା ରାମନବମୀ କେବଳ ଗୋଟିଏ ପର୍ବ ନୁହେଁ, ବରଂ ସନାତନ ସଭ୍ୟତାର ହଜାର ବର୍ଷ ପୁରୁଣା ଆଧ୍ୟାତ୍ମିକ ସ୍ମୃତିର
ଉତ୍ସବ ଅଟେ। ସନ୍ତ ପରମ୍ପରା ଓ ପୁରାଣଗୁଡ଼ିକରେ ଏହାର ମାନ୍ୟତା ରହିଛି ଯେ, ରାମନବମୀ ଦିନ
ସମସ୍ତ ପବିତ୍ର ତୀର୍ଥ ଅଯୋଧ୍ୟାରେ ଆସି ବିରାଜମାନ ହୁଅନ୍ତି। ତେଣୁ ଏହି ଦିନ କେବଳ ଜନ୍ମୋତ୍ସବ
ନୁହେଁ, ସନାତନ ସଂସ୍କୃତିର
ଅନନ୍ତ ଧାରାର ପ୍ରତୀକ ଭାବେ ମନାଯାଏ।
ପ୍ରଫେସର ବ୍ରଜଭୂଷଣ ତ୍ରିପାଠୀ ‘ହିନ୍ଦୁସ୍ଥାନ ସମାଚାର’ ସହିତ ବିଶେଷ
ଆଲୋଚନାରେ କହିଛନ୍ତି ଯେ, ରାମନବମୀ ଦିନ
ଅଯୋଧ୍ୟାରେ ସମସ୍ତ ତୀର୍ଥର ବାସ ହେବାର ମାନ୍ୟତା କେବଳ ଧାର୍ମିକ ବିଶ୍ୱାସ ନୁହେଁ, ବରଂ ସନାତନ ଯୁଗରୁ
ଚାଲିଆସୁଥିବା ଏକ ଆଧ୍ୟାତ୍ମିକ ପରମ୍ପରାର ପ୍ରତୀକ ଅଟେ, ଯାହା ଭାରତୀୟ ସଭ୍ୟତାକୁ ହଜାର ବର୍ଷ ଧରି ସଜୀବ ଓ
ସଶକ୍ତ ରଖିଛି। ଯେତେବେଳେ ଅଯୋଧ୍ୟାରେ “ଜୟ ଶ୍ରୀରାମ”ର ଉଦ୍ଘୋଷ ଗୁଞ୍ଜିଉଠେ, ସେଥିରେ କେବଳ
ଉତ୍ସବ ନୁହେଁ, ସନାତନ ସଂସ୍କୃତିର
ଅମର ଚେତନାର ଉତ୍ସବ ରୂପେ ପରିଣତ ହୁଏ।
ସେ କହିଛନ୍ତି ଯେ, ଭାରତୀୟ ସଂସ୍କୃତିରେ ଭଗବାନ୍ ଶ୍ରୀରାମ କେବଳ ଏକ ଐତିହାସିକ କିମ୍ବା
ଧାର୍ମିକ ପାତ୍ର ନୁହେଁ, ବରଂ ସନାତନ ଯୁଗର
ଆଦର୍ଶମାନଙ୍କର ଜୀବନ୍ତ ପ୍ରତୀକ ଅଟନ୍ତି। ତ୍ରେତାଯୁଗରେ ତାଙ୍କର ଅବତାର କେବଳ ଗୋଟିଏ
ରାଜକୁମାରଙ୍କ ଜନ୍ମ ଘଟଣା ନୁହେଁ, ବରଂ ଧର୍ମ, ମର୍ଯ୍ୟାଦା ଓ ନ୍ୟାୟର ଏମିତି ଏକ ପଥ ସ୍ଥାପନ କଲା, ଯାହା ଭାରତୀୟ
ସଭ୍ୟତାକୁ ହଜାର ବର୍ଷ ଧରି ଦିଗନିର୍ଦ୍ଦେଶ ଦେଇଛି।
ସନାତନ ପରମ୍ପରାରେ ଅଯୋଧ୍ୟାକୁ ଦିବ୍ୟ ଓ ମୋକ୍ଷଦାୟିନୀ ନଗରୀ ଭାବେ
ମନାଯାଏ। ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଏହାକୁ ଦେବତାମାନଙ୍କ ପ୍ରିୟ ନଗରୀ ଓ ଧର୍ମର ରାଜଧାନୀ
ଭାବେ ବର୍ଣ୍ଣନା କରାଯାଇଛି। ସ୍କନ୍ଦ ପୁରାଣ ଓ ପଦ୍ମ ପୁରାଣରେ ବର୍ଣ୍ଣନା ମିଳେ ଯେ, ରାମନବମୀ ଦିନ
ଅଯୋଧ୍ୟାରେ କରାଯାଇଥିବା ସ୍ନାନ, ଜପ ଓ ଦାନର ଫଳ ଅନେକ ତୀର୍ଥ ଦର୍ଶନ ସମାନ ହୁଏ। ସନ୍ତ ପରମ୍ପରା
ଅନୁସାରେ, ଯେତେବେଳେ ଭଗବାନ୍
ଶ୍ରୀରାମଙ୍କ ଅବତାର ହୋଇଥିଲା,
ସେତେବେଳେ ଦେବତା, ଋଷି ଓ ପବିତ୍ର
ନଦୀମାନେ ମଧ୍ୟ ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବାକୁ ଅଯୋଧ୍ୟାକୁ ପହଞ୍ଚିଥିଲେ। ଏହାରୁ ଏହି
ବିଶ୍ୱାସ ପ୍ରଚଳିତ ହୋଇଛି ଯେ,
ରାମନବମୀ ଦିନ
ସମସ୍ତ ତୀର୍ଥର ବାସ ଅଯୋଧ୍ୟାରେ ହୁଏ।
ସନାତନ ସଂସ୍କୃତିର ଦିବ୍ୟ କ୍ଷଣର ଅନୁଭବ କରାଏ ଅଯୋଧ୍ୟା
ରାମନବମୀ ଦିନ ଅଯୋଧ୍ୟାର ଦୃଶ୍ୟ ମନେ ହୁଏ ପ୍ରାଚୀନ ସନାତନ ଯୁଗର
ସ୍ମୃତିକୁ ଜୀବନ୍ତ କରେ। ସରୟୂ ନଦୀ କୂଳରେ ଆସ୍ଥାର ତରଙ୍ଗ ଉଠେ, ମନ୍ଦିରଗୁଡ଼ିକରେ
ଭଜନ-କୀର୍ତନ ଗୁଞ୍ଜିଉଠେ ଏବଂ ସମଗ୍ର ନଗରୀରେ “ଜୟ ଶ୍ରୀରାମ”ର ଉଦ୍ଘୋଷ ପରିବେଶକୁ ଆଧ୍ୟାତ୍ମିକ
ଶକ୍ତିରେ ପୂର୍ଣ୍ଣ କରେ। ଲକ୍ଷାଧିକ ଭକ୍ତ ସରୟୂରେ ସ୍ନାନ କରି ପ୍ରଭୁଙ୍କ ଦର୍ଶନ କରନ୍ତି ଏବଂ
ସେହି ଦିବ୍ୟ କ୍ଷଣର ଅନୁଭବ କରନ୍ତି, ଯେତେବେଳେ ସନାତନ ସଂସ୍କୃତିର ସବୁଠୁ ଉଜ୍ଜ୍ୱଳ ଆଦର୍ଶ ଏହି ପୃଥିବୀରେ
ଅବତରିତ ହୋଇଥିଲେ।
ରାମନବମୀରେ ସାଂସ୍କୃତିକ ମୂଳ ସହିତ ଯୋଡ଼ିବ ସନାତନୀ ଜଗତ
ସମୟ ବଦଳିଛି, ଯୁଗ ବଦଳିଛି, କିନ୍ତୁ ସନାତନ ସଂସ୍କୃତିର ଏହି ପରମ୍ପରା ଆଜି ମଧ୍ୟ ସେହିଭଳି
ଜୀବନ୍ତ ଅଛି। ଆଜି ମଧ୍ୟ ରାମନବମୀ ଦିନ ଅଯୋଧ୍ୟାରେ ଜମିଥିବା ଆସ୍ଥା କେବଳ ଭାରତରେ ନୁହେଁ, ବରଂ ସମଗ୍ର
ବିଶ୍ୱରେ ବସୁଥିବା କୋଟି କୋଟି ଲୋକଙ୍କୁ ନିଜ ସାଂସ୍କୃତିକ ମୂଳ ସହିତ ଯୋଡ଼େ। ଡିଜିଟାଲ୍ ଯୁଗରେ
ମଧ୍ୟ ଅଯୋଧ୍ୟାରୁ ପ୍ରସାରିତ ହେଉଥିବା ରାମ ଜନ୍ମୋତ୍ସବର ଦୃଶ୍ୟ ଅନେକ ଦେଶକୁ ପହଞ୍ଚୁଛି ଏବଂ
ଭାରତୀୟ ସଂସ୍କୃତିର ଆଧ୍ୟାତ୍ମିକ ଶକ୍ତିର ବାର୍ତ୍ତା ଦେଉଛି।
ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତିର ପରିଚୟ
ଆଜି ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାର ଏହି ପର୍ବ କେବଳ ଭାରତ
ପର୍ଯ୍ୟନ୍ତ ସୀମିତ ରହିନାହିଁ। ବିଶ୍ୱର ବିଭିନ୍ନ ସ୍ଥାନରେ ବସୁଥିବା ଭାରତୀୟ ମୂଳର ଲୋକମାନେ
ରାମନବମୀକୁ ସେହି ଭକ୍ତି ଓ ଉଲ୍ଲାସ ସହ ପାଳନ କରୁଛନ୍ତି। ଡିଜିଟାଲ୍ ଯୁଗରେ ଅଯୋଧ୍ୟାରୁ
ପ୍ରସାରିତ ହେଉଥିବା ରାମ ଜନ୍ମୋତ୍ସବ, ଭଜନ-କୀର୍ତନ ଓ ସରୟୂ ଘାଟର ଦିବ୍ୟତା ସମଗ୍ର ବିଶ୍ୱର କୋଟି କୋଟି
ଲୋକଙ୍କ ପାଖକୁ ପହଞ୍ଚୁଛି। “ସବୁଙ୍କର ରାମ, ସବୁଠି ରାମ”ର ବାର୍ତ୍ତା ଆଜି କେବଳ ଧାର୍ମିକ ଆସ୍ଥାରେ ସୀମିତ ନୁହେଁ, ବରଂ ଏହା ମାନବତା, ନୀତି ଓ
ଆଧ୍ୟାତ୍ମିକ ଚେତନାର ପ୍ରତୀକ ହୋଇଯାଇଛି। ଭାରତୀୟ ସଂସ୍କୃତି କେବଳ ଇତିହାସରେ ମହାନ ନୁହେଁ, ଆଜି ମଧ୍ୟ ତାହାର
ଆଧ୍ୟାତ୍ମିକ ଶକ୍ତି ଓ ସନାତନ ମୂଲ୍ୟଗୁଡ଼ିକର ଗୁଞ୍ଜନ ସମଗ୍ର ବିଶ୍ୱରେ ପହଞ୍ଚୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା