ସହୀଦ୍ ଭଗତ୍ ସିଂ ସ୍ମୃତି ସଂସଦ ପକ୍ଷରୁ ସହୀଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କ ଫାଶୀ ଦିବସ ପାଳିତ
ଭଦ୍ରକ, ୨୪ ମାର୍ଚ୍ଚ (ହି.ସ.) - ନୌଯବାନ ଭାରତ ସଭା ଓ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ୍ ଆଦି ସଂଗଠନ ମାଧ୍ୟମରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢିଥିବା ଭାରତର ମହାନ ବିପ୍ଲବୀ ସହୀଦ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁ ଙ୍କୁ ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଲାହୋର
SAHID BHAGAT SINGH SMRUTI SANSAD


ଭଦ୍ରକ, ୨୪ ମାର୍ଚ୍ଚ (ହି.ସ.) - ନୌଯବାନ ଭାରତ ସଭା ଓ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ୍ ଆଦି ସଂଗଠନ ମାଧ୍ୟମରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢିଥିବା ଭାରତର ମହାନ ବିପ୍ଲବୀ ସହୀଦ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁ ଙ୍କୁ ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଲାହୋର କେନ୍ଦ୍ରୀୟ ଜେଲରେ ଫାଶୀ ଦେଇଥିଲେ । ସାମ୍ରାଜ୍ୟବାଦ- ଉପନିବେଶବାଦ ବଦଳରେ ସାର୍ବଭୌମ- ସମାଜବାଦୀ- ଧର୍ମନିରପେକ୍ଷ- ଗଣତାନ୍ତ୍ରିକ-ସାଧାରଣତନ୍ତ୍ର ଭାରତବର୍ଷ ଗଠନ ପାଇଁ ଲଢେଇ କରି ସହୀଦ ହୋଇଥିବା ମହାନ କ୍ରାନ୍ତିକାରୀ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁ ଙ୍କ ୯୫ ତମ ଫାଶୀ ଦିବସ ଭଦ୍ରକ ସହର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ସହୀଦ ଭଗତ୍ ସିଂ ସ୍ମୃତି ସଂସଦ ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ପକ୍ଷରୁ ମିଳିତ ଭାବେ ସ୍ମୃତି ସଂସଦର ସଭାପତି ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାସମାରୋହରେ ସ୍ମୃତି ସଂସଦର ସଂପାଦକ ଯୁବ ଆଇନଜୀବୀ ବିକାଶ ନାଥ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଆଲୋଚକ ଭାବେ ପ୍ରଫେସର ପାର୍ଥସାରଥି ଦାଶ ଯୋଗଦେଇ ବର୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କେନ୍ଦ୍ର ସରକାରଙ୍କ ନବ୍ୟଫାଶୀବାଦ ଶାସନ ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଉଚ୍ଚନ୍ଯାୟାଳୟର ବରିଷ୍ଠ ଆଇନଜୀବୀ ଦୀପକ ମହାପାତ୍ର, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କି ଦଲୱାଜି ହବିବ୍, ଭଦ୍ରକ ଓକିଲ ସଂଘର ସଭାପତି ସନ୍ତୋଷ ଆଚାର୍ଯ୍ୟ, ଭଦ୍ରକ ଓକିଲ ସଂଘର ଉପସଭାପତି ଅଶୋକ କୁମାର ନାୟକ, ପ୍ରଫେସର କ୍ଷୀରୋଦ ସାମଲ, ଶିକ୍ଷାବିତ୍ ବିପ୍ଲବୀ ମହାନ୍ତି,ଶିକ୍ଷାବିତ୍ ପ୍ରଫେସର କୃଷ୍ଣ ମୋହନ ମହାପାତ୍ର, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନର ଜିଲ୍ଲା ସଂଗଠକ ଉଜ୍ୱଳ ଜେନା, ଯୁବନେତା ବିନୋଦ ସାହୁ, ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା, ରାଜ୍ୟ ବାର୍ କାଉନସିଲ ର ପୂର୍ବତନ ସଭ୍ୟ ପବନ କୁମାର ଶର୍ମା, ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ, ବରିଷ୍ଠ ଆଇନଜୀବୀ ରାଧାନାଥ ଦାସ, ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି , ବରିଷ୍ଠ ଆଇନଜୀବୀ ହରିହର ଧଳ, ଆଇନଜୀବୀ ପ୍ରତାପ ସେଠୀ, ଆଇନଜୀବୀ ରଞ୍ଜନ ପଣ୍ଡା, ଯୁବନେତା ସେକ୍ ସନାଉଲ୍ଲା, ଆଇନଜୀବୀ ବିଚିତ୍ରାନନ୍ଦ ଯେନା ପ୍ରମୁଖ ଯୋଗଦେଇ ଆଜିର ଯୁବପିଢି ଭଗତ୍ ସିଂ ଙ୍କ ଆଦର୍ଶରେ ଆଦର୍ଶିତ ହୋଇ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ର ସାମ୍ରାଜ୍ୟବାଦ ଓ ଯୁଦ୍ଧଖୋର ନୀତି ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ସ୍ମୃତି ସମାରୋହରେ ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ଓକିଲ, ଚାଷୀ, ମୂଲିଆ ଯୋଗଦେଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande