
ùK¦âû_Wû, ୨୪ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆଜି ସୁଭଦ୍ରା ଶକ୍ତିମେଳା, କୃଷି ଯନ୍ତ୍ରପାତି ମେଳା ଓ ମତ୍ସ୍ୟସମ୍ପଦ ମେଳା ଭବ୍ୟଭାବେ ଉଦଘାଟିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, “ମହିଳା ସଶକ୍ତ ହେଲେ ପରିବାରର ଉନ୍ନତି ହେବ, ପରିବାରର ଉନ୍ନତି ହେଲେ ଜିଲ୍ଲାର ଉନ୍ନତି, ତଥା ରାଜ୍ୟ ଓ ଦେଶର ସମଗ୍ର ଉନ୍ନତି ସୁନିଶ୍ଚିତ ହେବ।” ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରଭାରଞ୍ଜନ କବି ଓ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଷମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ମେଳାରେ୧୫୦ରୁ ଅଧିକ ଷ୍ଟଲ୍ ସ୍ଥାପିତ ହୋଇଥିବା ବେଳେ ସ୍ୱୟଂସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନହସ୍ତଶିଳ୍ପ ଦ୍ରବ୍ୟ ଓ ସୁସ୍ୱାଦୁ ଖାଦ୍ୟ ପଦାର୍ଥର ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ଏହା ସହିତ ଆଧୁନିକ କୃଷି ଯନ୍ତ୍ରପାତି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ସମ୍ବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମେଳାର ମୁଖ୍ୟ ଆକର୍ଷଣ ରହିଛି।ମେଳା ଅବଧିରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଦର୍ଶକମାନଙ୍କ ଭିଡ଼ ଲକ୍ଷ୍ୟ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁସଂଖ୍ୟାରେ ଆସି ମେଳାକୁ ଉପଭୋଗ କରିବା ପାଇଁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରବି