ତିହିଡିରେ ଗୃହ ଗଣନା ତାଲିମ ଶିବିର
ଭଦ୍ରକ, ୨୪ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ମଙ୍ଗଳବାର ଠାରୁ ଗୃହ ଗଣନା ତାଲିମ ଶିବିର ଆରମ୍ଭ ହୋଇଛି । ଅତିରିକ୍ତ ତହସିଲଦାର ନମିତା ଧଳ ଶିବିରକୁ ଉଦଘାଟନ କରିଥିଲେ।ଏହି ଶିବିର ସ୍ଥାନୀୟ ଚନ୍ଦ୍ର ଶେଖର ରତ୍ନାକର ସହଯୋଗ ହାଇସ୍କୁଲରେ ୩ଦିନ ଧରି ଅନୁଷ୍ଠିତ ହେବ । ଶିବିରର ଦ୍ୱିତୀୟ
TIHIDI GRUHA GANANA TALIM


ଭଦ୍ରକ, ୨୪ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ମଙ୍ଗଳବାର ଠାରୁ ଗୃହ ଗଣନା ତାଲିମ ଶିବିର ଆରମ୍ଭ ହୋଇଛି । ଅତିରିକ୍ତ ତହସିଲଦାର ନମିତା ଧଳ ଶିବିରକୁ ଉଦଘାଟନ କରିଥିଲେ।ଏହି ଶିବିର ସ୍ଥାନୀୟ ଚନ୍ଦ୍ର ଶେଖର ରତ୍ନାକର ସହଯୋଗ ହାଇସ୍କୁଲରେ ୩ଦିନ ଧରି ଅନୁଷ୍ଠିତ ହେବ । ଶିବିରର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୨୮ରୁ ୩୦ ତାରିଖ ଏବଂ ତୃତୀୟ ପର୍ଯ୍ୟାୟ ଆସନ୍ତା ମାସ ୨ରୁ ୪ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ତହସିଲଦାର ସତୀଶ କୁମାର ସାହୁ ଯୋଗ ଦେଇଥିଲେ । ହାଇସ୍କୁଲ ପ୍ରଧାନଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ସିଆରସିସି ପ୍ରଭାସ ଚନ୍ଦ୍ର ପଣ୍ଡା, କେଶବ ଚନ୍ଦ୍ର ସାହୁ, ମୁରଲୀ ମୋହନ ମଲ୍ଲିକ ଓ ଚନ୍ଦନ ପାତ୍ର ତାଲିମଦାତା ଭାବେ ଶିବିରରେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଶିବିରରେ ମୋଟ ୧୭୮ ଶିକ୍ଷୟିତ୍ରୀ ଓ ଶିକ୍ଷକ ତାଲିମ ନେଇଥିଲେ । ତହସିଲକାର୍ଯ୍ୟାଳୟର ଚନ୍ଦନ କୁମାର ମହାନ୍ତି, ଆକ୍ରମ ଅଲ୍ଲୀ ଖାଁ ଅମ୍ରିତ କୁମାର ପାଢ଼ୀ, ଯମୁନା ମୁର୍ମୁ, ମାନସ ସାହୁ, ମୋହନ ହେମ୍ବ୍ରମ, ଦେବସ୍ମିତା ଦାସ ପ୍ରମୁଖ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande