
ଗଞ୍ଜାମ, ୨୪ ମାର୍ଚ୍ଚ (ହି.ସ.)- ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ତଥା ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ତୃତୀୟ ପାଳି ଯାତ୍ରା ଆଜି ଅନୁଷ୍ଠିତ ହେଉଛି । ଏଥିରେ ଜିଲା ତଥା ଓଡ଼ିଶା ବାହାରୁ ପ୍ରାୟ ତିନି ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଅନୁମେୟ କରାଯାଉଛି। ଗତକାଲି ରାତିରେ କୁମାରୀ ପାହାଡ଼ ଉପରେ ବିଜେ କରିଥିବା ମନ୍ଦିରର ପୂଜକ ମାନେ ଦ୍ୱାରା ଫିଟାଆଳତୀ ଓ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ ଧାଡ଼ିରେ ଲକ୍ଷ ଲକ୍ଷ ସଂଖ୍ୟାରେ ମା ଙ୍କ ଦର୍ଶନ କରିଛନ୍ତି। ହଜାର ହଜାର ଶିଶୁଙ୍କୁ ମୁଣ୍ଡନ କରି ପରଵାର ଲୋକେ ଶିଶୁର ସର୍ଵବିଧ ମଙ୍ଗଳ କାମନା କରି ପ୍ରଥମ ମୁଣ୍ଡନ କେଶ ମା ଙ୍କୁ ଅର୍ପଣ କରିଛନ୍ତି। ପାହାଡ଼ ପାଦଦେଶରେ ଏହାପରେ ଶ୍ରଦ୍ଧାଳୁ ମାନେ ଭୋଜି ଭାତର ଆସର ଜମାଇ ସଵାନ୍ଧଵେ ଭୋଜ୍ୟପ୍ରସାଦ ସେବନ କରିଛନ୍ତି। ପ୍ରଚଣ୍ଡ ରୈ।ଦ୍ର ଚାପକୁ ଦୃଷ୍ଟିରେ ରଖି ଜଳ ପରିମଳ ବିଭାଗ ପକ୍ଷରୁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଓ ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା ହୋଇଛି। ପ୍ରଶାସନଓ ପୁଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଯାନବାହାନ ବ୍ୟବସ୍ଥା ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନେ ପାହାଚ ଚଢି, ରୋପୱ ଓ ବସ୍ ଦ୍ଵାରା ପାହାଡ ଉପରକୁ ଯାଇ ସୁବିଧା ରେ ମାଙ୍କ ଦର୍ଶନ କରୁଛନ୍ତି। ଏହିଯାତ୍ରା ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପାହାଡ଼ ପାଦ ଦେଶରେ ଶହଶହ ବିଭିନ୍ନ କିସମର ଅସ୍ଥାୟୀ ଦୋକାନ ବଜାର ଖୋଲିଛି। ଯାତ୍ରୀମାନଙ୍କ ପାଇଁ ମନ୍ଦିର ପକ୍ଷରୁ ଅନ୍ନପ୍ରସାଦ ଵିକ୍ରି ଓ ଭୋଜନ ବ୍ୟବସ୍ଥା ହୋଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ