ଶିକ୍ଷକ ସୁରେଶ ବାରିକଙ୍କୁ ଡକ୍ଟରେଟ ଉପାଧି
ବଲାଙ୍ଗିର, ୨୪ ମାର୍ଚ୍ଚ (ହି.ସ.)- ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରିଜିଓନାଲ କଲେଜ ଅଫ ମେନେଜମେଣ୍ଟ ର ପ୍ରେକ୍ଷାଳୟ ଠାରେ ୱାର୍ଲଡ଼ ଚେରିଟି ୱେଲଫେୟାର ଫାଉଣ୍ଡେସନ ର ଶାଖା ଜ୍ଞାନଦାନ ସମ୍ମାନ ସୂଚକ ଡକ୍ଟରେଟ ପୁରସ୍କାର ଫାଉଣ୍ଡେସନ ତରଫରୁ ରାଜ୍ୟସ୍ତରୀୟ ଇଣ୍ଡିଆନ ଆୱାର୍ଡ ସେରେମୋନୀ ଅନୁଷ୍ଠିତ ହୋ
ଶିକ୍ଷକ ସୁରେଶ ବାରିକଙ୍କୁ ଡକ୍ଟରେଟଉପାଧି,ଶିକ୍ଷା ଜଗତରେ ଉଲ୍ଲାସ


ବଲାଙ୍ଗିର, ୨୪ ମାର୍ଚ୍ଚ (ହି.ସ.)- ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରିଜିଓନାଲ କଲେଜ ଅଫ ମେନେଜମେଣ୍ଟ ର ପ୍ରେକ୍ଷାଳୟ ଠାରେ ୱାର୍ଲଡ଼ ଚେରିଟି ୱେଲଫେୟାର ଫାଉଣ୍ଡେସନ ର ଶାଖା ଜ୍ଞାନଦାନ ସମ୍ମାନ ସୂଚକ ଡକ୍ଟରେଟ ପୁରସ୍କାର ଫାଉଣ୍ଡେସନ ତରଫରୁ ରାଜ୍ୟସ୍ତରୀୟ ଇଣ୍ଡିଆନ ଆୱାର୍ଡ ସେରେମୋନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁରେଶ ବାରିକଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍କର୍ଷତା ଏବଂ ସମୃଦ୍ଧି ପ୍ରତିପାଦନ ପାଇଁ ପୁଷ୍ପଗୁଚ୍ଛ, ମାନପତ୍ର, ଉପଢୌକନ, ସ୍ୱର୍ଣ୍ଣପଦକ ପ୍ରଦାନ ପୂର୍ବକ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା। ଡଃ. ବାରିକଙ୍କ କବିତା ଗୁଡିକ କଳ୍ପନା ପ୍ରସୂତା ସଂସ୍କାର ଧର୍ମୀ ଭାବାଦ୍ରା, ରସାଦ୍ରା, ଛନ୍ଦୋମୟ ତଥା ଅର୍ଥ ବହୁଳା ହୋଇଥିବାରୁ ଶିଶୁ ଠାରୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ଚିନ୍ତନଶୀଳ ପାଠକ ପାଠିକା ମାନଙ୍କ ନିମନ୍ତେ ହୃଦୟସ୍ପର୍ଶୀ ହୋଇଥାଏ।। ଜଣେ ଶିକ୍ଷକ ଭାବେ ସେ ନୂତନ ଶିକ୍ଷା ପଦ୍ଧତି ଦ୍ୱାରା ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇ ଚାଲିଛନ୍ତି।କବିତା, ଗଳ୍ପ ଓ ନାଟକ ରଚନା କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରୟାସ ଓ ନିଷ୍ଠା ତାଙ୍କ ସହକର୍ମୀ, ଛାତ୍ରଛାତ୍ରୀ ଓ ସାହିତ୍ୟ ମଣ୍ଡଳୀରେ ବହୁତ ସମ୍ମାନ ଦେଇଛି। ଏହି ସମ୍ମାନ ସୂଚକ ଡକ୍ଟରେଟ ପୁରସ୍କାର ତାଙ୍କର କବିତା ଓ ଶିକ୍ଷା କ୍ଷେତ୍ରରେ ଅପୂର୍ବ ଅବଦାନ ପାଇଁ ଯଥାଯଥ ସ୍ୱୀକୃତି। ଏହି ଉପଲବ୍ଧି ପାଇଁ ତାଙ୍କ ନିକଟକୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande