୩ ଦିନିଆ ଉର୍ଦ୍ଧୁ ଶିକ୍ଷକମାନଙ୍କର ଶିକ୍ଷାଦାନ ଅଭିମୁଖୀକରଣ କାର୍ଯ୍ୟକ୍ରମ
କେନ୍ଦ୍ରାପଡା, ୨୪ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ୩ ଦିନିଆ ଉର୍ଦ୍ଧୁ ଶିକ୍ଷକମାନଙ୍କର ଶିକ୍ଷାଦାନ ଅଭିମୁଖୀକରଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଉର୍ଦ୍ଧ୍ୱ ଲାଇବ୍ରେରୀରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଉର୍ଦ୍ଧ୍ୱୁ ଏକାଡେମୀ ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ଏହି କାର୍
୩ ଦିନିଆ ଉର୍ଦ୍ଧୁ ଶିକ୍ଷକମାନଙ୍କର ଶିକ୍ଷାଦାନ ଅଭିମୁଖୀକରଣ କାର୍ଯ୍ୟକ୍ରମ ।


କେନ୍ଦ୍ରାପଡା, ୨୪ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ୩ ଦିନିଆ ଉର୍ଦ୍ଧୁ ଶିକ୍ଷକମାନଙ୍କର ଶିକ୍ଷାଦାନ ଅଭିମୁଖୀକରଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଉର୍ଦ୍ଧ୍ୱ ଲାଇବ୍ରେରୀରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଉର୍ଦ୍ଧ୍ୱୁ ଏକାଡେମୀ ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍.ଆର୍.ଆଇ.ଆର୍ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ କେନ୍ଦ୍ରାପଡା ପୈାର ଅଧ୍ୟକ୍ଷା ସରିତା ସାହୁ ଏବଂ ଡାଏଟ୍ର ଅଧ୍ୟକ୍ଷା ସୁଲୋଚନା ଦେଉରୀ ଏବଂ ଉର୍ଦ୍ଧ୍ୱୁ ଲାଇବ୍ରେରୀର ସଭାପତି ସୟଦ୍ ଅକମଲ୍ ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାର ୬ଟି ବ୍ଲକରୁ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ହାଇସ୍କୁଲ୍, ଉଚ୍ଚ ପ୍ରାଥମିକ, ପ୍ରାଥମିକ ଏବଂ ମଦରେସାର ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇ ଆଧୁନିକରଣ ଶିକ୍ଷା ଉପରେ ପ୍ରଶିକ୍ଷଣ ନେଇଥିଲେ । କାର୍ଯ୍ୟକ୍ରମଟି ତିନିଦିନ ଧରି ଚାଲୁ ରହିବ ।

ଓଡିଶା ଉର୍ଦ୍ଧ୍ୱ ଏକାଡେମୀର ଉପସଭାପତି ନଫିସ ମଞ୍ଜର ହସନ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦର ଡଃ. ମିସ୍ବା ଅଞ୍ଜର, ତେଲେଙ୍ଗାନାର ଡଃ. ଏମ୍ଡି ମୋଇଜ୍, ଝାଡଖଣ୍ଡର ପ୍ରଫେସର ଅହେମଦ୍ ବଦର ଏବଂ ସ୍ଥାନୀୟ ପ୍ରଶିକ୍ଷକ ଭାବେ ମହମ୍ମଦ ଅଜଗର ଅଲ୍ଲୀ ଓ ମହମ୍ମଦ ଫୟାଜୁଦ୍ଦିନ୍ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ଜେନା, ଅଚ୍ୟୁତି ସାମଲ, ମହମ୍ମଦ ଅକରମ୍ ଖାଁ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande